ପୁଅ ହତ୍ୟାକାରୀକୁ ଆଜୀବନ 

 ନବରଙ୍ଗପୁର :  ପୁଅକୁ ହତ୍ୟା ଅଭିଯୋଗରେ ନବରଙ୍ଗପୁର ଜଲ୍ଲା ଓ ଦୌରା ଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ନବୀନ ଖୁରାକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟରେ ୧ ବର୍ଷ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ ପାଇଛି । ୨୦ ଜଣ ସାକ୍ଷୀଙ୍କ ବୟାନ ଓ ୨୧ ଦସ୍ତାବିଜକୁ ଆଧାର କରି ଜିଲ୍ଲା ଓ ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ମୃତ ସଲମାନଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ମାମଲା ପରିଚାଳନା କରିଥିବା କ୍ୟାଡର ପବ୍ଲିକ ପ୍ରସିକୁ୍ୟଟର ମନୋଜ କୁମାର ଏକ୍କାଙ୍କ ସୂଚନା ଆନୁଯାୟୀ, ୨୦୨୪ ମେ’ ୨୮ ସନ୍ଧ୍ୟାରେ ପାପଡ଼ାହାଣ୍ଡି ଥାନା ଅଧୀନ ନୀଳଗୁଣ୍ଠିଗୁଡ଼ାର ନବୀନ ଖୁରା ସାନ ପୁଅ ସଲମନଙ୍କୁ ଚାଷ କାମ ପାଇଁ ୨ ହଜାର ଟଙ୍କା ମାଗିଥିଲେ । ସଲମନ ସକାଳେ ଟଙ୍କା ଦେବାକୁ କହିଥିଲେ । ଏଥିରେ ନବୀନ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ସଲମାନଙ୍କ ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ନବୀନଙ୍କ ବଡପୁଅ ଅମିଲାଲ ପରଦିନ ଏ ନେଇ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ କେସ୍ ନମ୍ବର ୧୨୦/୨୪ରେ ମାମଲା ରୁଜୁ କରିଥିଲା ।