ବ୍ୟାଡମିଣ୍ଟନ ଆସୋସିଏସନର କର୍ମକର୍ତ୍ତା ଚୟନ
ବୌଦ୍ଧ : ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନର ଏକ ସାଧାରଣ ସଭା ସଭାପତି ଜୁଲିୟସ ସିଜର ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଅୟୋଜନ, ବାର୍ଷିକ ବିବରଣୀ ସହିତ ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା । ପରେ ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସଭାପତି ପ୍ରଦୋଷ ମହାରଣା, ଉପସଭାପତି ପରେଶ ବେହେରା, ସାଧାରଣସଂପାଦକ ସୁନ୍ଦର ପ୍ରକାଶ, ସଂଗଠନ ସଂପାଦକ ବଦ୍ରୀନାରାୟଣ ମିଶ୍ର, କୋଷାଧ୍ୟକ୍ଷ ଶିବାନନ୍ଦ ସାହୁ, ଉପଦେଷ୍ଠା ଲମ୍ବଦୋର ପୁରୋହିତ, ଧର୍ମେଶ ନାୟକ, ଜୁଲିୟସ ସିଜର ମହାକୁଳ, ଡା.କିଶୋର ଚନ୍ଦ୍ର ଭଂଜ, କାର୍ଯ୍ୟନିର୍ବାହୀ ସଭ୍ୟ ବିଭୁପ୍ରସାଦ ପଣ୍ଡା, ବିଘ୍ନେଶ ଅଗ୍ରୱାଲା, ଶେଖ ସାହାଜାନ, ଗଣେଷ ମହାପାତ୍ର, ଆଲୋକ ରଥ, ସନ୍ତୋଷ ମହାନ୍ତି, ତାପସ ସାହୁଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।