ଜିଲ୍ଲାସ୍ତରୀୟ ଆନ୍ତଃ ସ୍କୁଲ ଟୁର୍ଣ୍ଣାମେଣ୍ଟଣ୍ଟ : ଏମ୍ଡି ସାଲିକ୍ କାମ୍ରାନ ମ୍ୟାନ ଅଫ ଦି ମ୍ୟାଚ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତ୍ରୟୋଦଶ ଲିଗ ମ୍ୟାଚ୍ ସ୍କୁଲ-ଏ ଓ ସ୍କୁଲ-ବି ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ଏ ବିଜୟୀ ହୋଇଛି । ସ୍କୁଲ-ବି ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୫ ଓଭରରେ ୧୦ ଉଇକେଟ୍ ବିନିମୟରେ ୬୧ ରନ୍ କରିଥିଲା । ଜବାବରେ ସ୍କୁଲ-ଏ ୬ ଓଭରରେ ୬୨ ରନ୍ କରି ୧୦ ଉଇକେଟ୍ରେ ବିଜୟୀ ହୋଇଥିଲା । ସ୍କୁଲ-ଏ ଦଳର ଏମ୍ଡି ସାଲିକ୍ କାମ୍ରାନ ବ୍ୟାଟିଂ କରି ୨୬ବଲରେ ୯ଟି ଚୌକା ସହ ୪୦ରନ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ । ଅତିଥି ଭାବେ ଚିରଞ୍ଜିବୀ ବଳ ଯୋଗଦେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିବା କାମରାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅନୁପ ରାଉତ ଓ ହରିହର ବେହେରା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବୀ ବଳ କାର୍ଯ୍ୟ ତୁଲାଇଥିବା ବେଳେ, ସମୀର ମହାପାତ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ମଲ୍ଲିକ, ଆକବର ଅଲ୍ଲୀ ଖାଁ, ବରଦାକାନ୍ତ ବରାଳ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।