ସମାଜସେବୀ ଗୋବିନ୍ଦ ଦାସଙ୍କ ସ୍ମୃତିସଭା   

 ରାଜକନିକା : ରାଜକନିକା ବ୍ଲକ ଓଳାଭର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ସମାଜ ସେବୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ସାମାଜିକ କର୍ମୀ କୈଳାସ ବେହୁରାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ପ୍ରତାପ କେଶରୀ ଦେବ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ପଣ୍ଡା, ନେତ୍ରୀ ଦେବସ୍ମିତା ଶର୍ମା, ବିକାଶ ଚନ୍ଦ୍ର ଦାସ,ସ୍ୱର୍ଣ୍ଣଲତା ବେହୁରା, ନହୁଷ ନାୟକ, ଶ୍ରୀନିବାସ ଓଝା, କପିଳେନ୍ଦ୍ର ମଲ୍ଲିକ,ବ୍ରଜ ଭୂୟାଁ,ଶ୍ରୀନିବାସ ପ୍ରଧାନ,ମନୋଜ ପରିଡା, ଆଦିକନ୍ଦ ଦାସ, ହଳଧର ବେହେରା, ଉତ୍ତମ ସେନାପତି,ନଳିନୀ ପୃଷ୍ଟି, ଅକ୍ଷୟ ନାଥ ରମାକାନ୍ତ ସାହୁଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।