ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ବୈଠକ

 ଭଦ୍ରକ : ପାହାଲଗାଁ ଆତଙ୍କବାଦୀ ଘଟଣାର ନିରପେକ୍ଷ ତଦନ୍ତ ଓ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଉପରେ ଲଗାଇଥିବା ବାଣିଜ୍ୟ ଟାରିଫ ବାତିଲ କରିବା, ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ କରିବା, ଜାତୀୟ ଶିକ୍ଷାନୀତି- ୨୦୨୦ ବାତିଲ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ର ସୁରକ୍ଷା ଆଦି ଦାବି ନେଇ ଭାରତର ବିଭିନ୍ନ ଟ୍ରେଡ ୟୁନିୟନ ଓ ବିଭିନ୍ନ ଗଣସଂଗଠନ ଗୁଡିକ ପକ୍ଷରୁ ଆସନ୍ତା ମେ, ୨୦ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଆଜି ଭଦ୍ରକ ରେ ବିଭିନ୍ନ ଗଣସଂଗଠନ ମାନଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ, କାଳନ୍ଦୀ ପାତ୍ର, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସମର ବଳ, ରାଧାନାଥ ଦାସ, ବିକାଶ ନାଥ, ଗିରିଧାରୀ ନାଥ, ସତ୍ୟବ୍ରତ ନାୟକ, ବିମ୍ବାଧର ବାରିକ୍, ରବିନ୍ଦ୍ର ସେଠୀ, ରାମଚନ୍ଦ୍ର ଶଙ୍ଖୁଆ, ଭାସ୍କର ଚନ୍ଦ୍ର ବେହେରା, ରମେଶ ଯେନା, ସେକ୍ ଅବୁ ବକର ପ୍ରମୁଖ ବିଭିନ୍ନ ଗଣସଂଗଠନ ଗୁଡିକର ନେତୃବୃନ୍ଦ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା, ଶୋଭାଯାତ୍ରା, ସାଧାରଣ ସଭା, ଯାଠା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।