ନୂତନ ପେନ୍ସନ୍ଧାରୀ ଶିକ୍ଷକ ସଂଘ ପୁନଃଗଠନ
ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ନୂତନ ପେନ୍ସନ୍ ଧାରୀ ଶିକ୍ଷକ ସଂଘ ପୁନଃଗଠନ ହାଇଛି । ଶିକ୍ଷକନେତା ନିରଞ୍ଜନ ଦଳବେହେରାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀ ଏକାଠିହୋଇ ବିଭିନ୍ନ ସମସ୍ୟା ଓ ସଙ୍ଗଠନ ଉପରେ ଆଲୋଚନା କରିବା ସହ କର୍ମକର୍ତ୍ତା ଚୟନ କରିଥିଲେ । ଏଥିରେ ସଂଘ ସଭାପତି ଭାବେ ପ୍ରସନ୍ନ ଲେଙ୍କାଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଚୟନ କରାଯାଇଛି ।
ଉପସଭାପତି ଭାବେ ବନ୍ଦନା ସାମଲ, ଦେବେନ୍ଦ୍ର ଆଚାର୍ଯ୍ୟ, ସହଦେବ ପଲେଇ, କାର୍ଯ୍ୟକାରୀ ସଭାପତି କେଳୁଚରଣ ସ୍ୱାଇଁ ଓ ଭ୍ରମରବର ଦାଶ, ସହସମ୍ପାଦକ ମଥୁରା ନାଥ ବେହେରା, ଅରୁଣ ଦାଶ, ବିଜୟଲକ୍ଷ୍ମୀ ପରିଡ଼ା, ଯୁଗ୍ମ ସମ୍ପାଦକ ସରୋଜିନୀ ପଣ୍ଡା, ଆର୍ତ୍ତବନ୍ଧୁ ଷଡ଼ଙ୍ଗୀ, ନବଘନ ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ ଭାବେ ବରିଷ୍ଠ ଶିକ୍ଷକ ତ୍ରିଲୋଚନ ସାହୁ, ଜିଲ୍ଲା ପ୍ରତିନିଧି ପଞ୍ଚାନନ ମହାପାତ୍ର ଓ ଅମୀୟ ଜେନା, ଜୋନାଲ ସମ୍ପାଦକ ପ୍ରଫୁଲ୍ଲ ପ୍ରଧାନଙ୍କୁ ଚୟନ କରାଯାଇଥିବାଳ ବେଳେ ସିଆରସିସି କୋଷାଧ୍ୟକ୍ଷ ଭାବେ ଭଗବାନ ଶୁକ୍ଳ, ଅଡିଟର ଶିଶିର ସାହୁ, ଫକୀର ବେହେରା, ମିଡିଆ ସଂଯୋଜକ କାହ୍ନୁଚରଣ ବେହେରା, ଉପଦେଷ୍ଟା ନିରଞ୍ଜନ ଦଳବେହେରା, ଉପଦେଷ୍ଟା ପ୍ରକାଶ ସାହୁ, ନବକିଶୋର ପ୍ରଧାନ, ଶ୍ରୀଧର ସେଠୀ, ପ୍ରତାପ ସାହୁ, ପ୍ରଭାତୀ ମହାପାତ୍ର ଓ ଲକ୍ଷ୍ମୀଧର ସାହୁଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ ସମସ୍ତ ଶିକ୍ଷକ ଏକଜୁଟ୍ ହୋଇ ନାର୍ଯ୍ୟ ଦାବି ହାସଲ ପାଇଁ ଲଢେଇ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରି ଶପଥ ନେଇଥିଲେ ।