ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର
ଢେଙ୍କାନାଳ : ରବିବାର ଗନ୍ଦିଆ ପୁଲିସ ଦ୍ୱାରା ଜଣେ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ପୁଲିସ ସୂଚନା ମୁତାବକ ଗଁଦିଆ ବସ ଷ୍ଟାଣ୍ଡ ଛକ ଠାରୁ ସନ୍ତସରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବୋଧଣା ନାଳ ଠାରେ ଏକ ଯୁବକର ମୃତ ଦେହ ପଡିଥିବାର ଖବର ପାଇ ଗଁଦିଆ ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ମୃତ ଦେହକୁ ଜବତ କରି ତାକୁ ଅଗ୍ନିଶମ ବିଭାଗ ଗାଡ଼ିରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି ଉକ୍ତ ମୃତ ଯୁବକର ବୟସ ୩୦ବର୍ଷ ପାଖା ପାଖି ହୋଇଥିବାର ଅନୁମାନ କରାଯାଇଛି । ଯୁବକ ଜଣକ ଏକ ନାଲି ରଙ୍ଗର ଫୁଲଟି ଶାର୍ଟ ଓ ଏକ ବ୍ରାଉନ କଲର ଫୁଲ ପ୍ୟାଣ୍ଟ ପିନ୍ଧି ଥିବାର ଜଣାଯାଏ, ଉକ୍ତ ମୃତକର ପରିଚୟ ମିଳିପାରିନାହିଁ, କିନ୍ତୁ ସେ ଗଁଦିଆ ବ୍ଲକର ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି ।