ବେଆଇନ ଗଛ କଟା, କାଠ ମାଫିଆ ଗିରଫ
କେନ୍ଦୁଝର : ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ପଶି ଗଛ କାଟିବା ଅଭିଯୋଗରେ ବନ ବିଭାଗ ଜଣେ କାଠ ମାଫିଆଙ୍କୁ ଗିରଫ କରିଛି । ଗିରଫ କାଠ ମାଫିଆଙ୍କ ନାମ ନବକିଶୋର ନାଏକ(୫୨) ଏବଂ ତାଙ୍କ ଘର ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ଗ୍ରାମରେ ବୋଲି ଜଣାପଡିଛି । ସେ ଆଜି କିଛି କାଠ କଟାଳିଙ୍କୁ ନେଇ କଟର ମେସିନ ସାହାଯ୍ୟରେ ସଂରକ୍ଷିତ ଜଙ୍ଗଲରେ ଆକାଶିଆ ଗଛ କାଟିବାବେଳେ ଜଙ୍ଗଲ ଭିତରେ ପାଦଚଲା ପେଟ୍ରୋଲିଂ କରୁଥିବା ପାଟଣା ଫରେଷ୍ଟର ନିରଞ୍ଜନ ସେଠୀ,ମଲ୍ଲିପଶିି ବନରକ୍ଷୀ ହୃଦାନନ୍ଦ ମହାନ୍ତି ଏବଂ ସ୍କାର୍ଡ କର୍ମଚାରୀଙ୍କ ନଜରକୁ ଆସିଥିଲା । ବନ କର୍ମଚାରୀଙ୍କୁ ଦେଖି କାଠ କଟାଳିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ କାଠ ମାଫିଆ ନବକିଶୋର ବନ କର୍ମଚାରୀଙ୍କ ହାତରେ ଧରାପଡିଥିଲା । ପାଟଣା ସଂରକ୍ଷିତ ଜଙ୍ଗଲରେ ସେ ୩ଟି ଆକାଶିଆ ଗଛ କାଟିଥିବା ସ୍ୱୀକାର କରିଥିଲା । ଘଟଣା ସ୍ଥଳକୁ କଟାଯାଇଥିବା ଆକାଶିଆ କାଠ ଗଣ୍ଠି,କଟର ମେସିନ ବନ ବିଭାଗ ଜବତ୍ କରି କାଠ ମାଫିଆ ନବକିଶୋରକୁ ଗିରଫ କରିଛି । ଏହି ଘଟଣାରେ ଜବିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପାଟରା ସେକ୍ସନ ବନରକ୍ଷୀ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି ।