ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
ପାରାଦୀପ : "ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ", ପାରାଦ୍ୱୀପ ତରଫରୁ ନୂଆବଜାର ସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ସଭାରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଟ୍ରଷ୍ଟର ଅଧକ୍ଷ ଅଜିତ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଆଇନୀଜୀବୀ ଗୋରାଚନ୍ଦ ସିହ୍ନା, ପାରାଦ୍ୱୀପ ପୌର ଉପାଧ୍ୟକ୍ଷା ଛବିଲତା ରାଉତ, ପୂର୍ବତନ ପାରିଷଦ ତଥା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ସୁଶୀଲ କୁମାର ମହାପାତ୍ର, ଟ୍ରଷ୍ଟର ସଦସ୍ୟ ତଥା ପାରାଦ୍ୱୀପ ବାର ଆସୋସିଏସନର ଉପସଭାପତି ଆଇନୀଜୀବୀ କୈଳାଶ ଚନ୍ଦ୍ର ସାହୁ, ଟ୍ରଷ୍ଟର ଉପାଧକ୍ଷ ତଥା ଆର୍ଏସ୍ଏସ୍ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଚରଣ ବିଶ୍ୱାଳ, ଟ୍ରଷ୍ଟର ଅନ୍ୟତମ ସମ୍ପାଦକ ତଥା ପାରାଦ୍ୱୀପ ପତ୍ରକାର ପରିଷଦର ସଭାପତି ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ମିଶ୍ର ପ୍ରଭୃତି ଡଃ ଦେବେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ ଓ ରାଷ୍ଟ୍ରହିତ କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଏଥିସହିତ ଡଃ ପ୍ରଧାନଙ୍କ ସୁଯୋଗ୍ୟ ପୁତ୍ର ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ମାର୍ଗ ଅନୁସରଣ କରି କିପରି ଦେଶ ଓ ରାଜ୍ୟର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ମଧ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକଙ୍କ ସହିତ ଶତାଧିକ ଶୁଭେଛୁ ଯୋଗଦେଇ ଶ୍ରଦ୍ଧାଞ୍ଜଳି ସଭାଟିକୁ ସାଫଲ୍ୟ କରିଥିଲେ । ସଭାଟିକୁ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ଅନ୍ୟତମ ସମ୍ପାଦକ ଇଂ. ନାରାୟଣ ବେହେରା ।