ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ

 ଭଦ୍ରକ : ଭଦ୍ରକ ଜିଲ୍ଲା ପରିଷଦ କାଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭଦ୍ରକ ସାଂସଦ  ଅଭିମନୁ୍ୟ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ ଉପସ୍ଥିତ ଥିଲେ । ଏହି ମିଟିଂ ଅଧ୍ୟକ୍ଷତାରେ  କରିଥିଲେ ଜିଲ୍ଲାପାଳ ଦିଲିପ ରାଉତରାଏ । ଅନ୍ୟ ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ ମହାନ୍ତି, ମୂଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ  ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା,ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ସାଗରିକ ସାହୁ ସହିତ ଜିଲ୍ଲା ସମେତ ବାଲେଶ୍ୱର, ଯାଜପୁର ଜିଲ୍ଲା ର ବିଭିନ୍ନ ଅଧିକାରୀ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଥିଲେ । ବାତ୍ୟା ନିୟନ୍ତ୍ରଣ, ବନ୍ୟା ନିୟନ୍ତ୍ରଣ, ଲୁଣା ପାଣି ନିୟନ୍ତ୍ରଣ ଏବଂ ଏହାର ପରିଚଳନା ବିଷୟରେ ବିଧାୟକ ଓ ସାଂସଦ ଲୋକଙ୍କ ସମସ୍ୟା ଓ ସଂପୃକ୍ତ ଅଧିକାରୀଙ୍କ କର୍ତ୍ତବ୍ୟ ବିଷୟରେ ଜଣାଇଥିଲେ । ସମସ୍ୟା ଆଦି ବିଷୟର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ଓ ବିଧାୟକ ନିଦେ୍ର୍ଦଶ ଦେଇଥିଲେ । ଶେଷରେ ଉପଜିଲ୍ଲପାଳ ଧନ୍ୟବାଦ ଅର୍ପଣ କରିଥିଲେ ।