ସାଧାରଣ ଜ୍ଞାନ ପ୍ରତିଯୋଗିତା 

 ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଂଝର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫଏମ୍ ପକ୍ଷରୁ ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ତିନୋଟି ଶ୍ରେଣୀ ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ତିନୋଟି ଗ୍ରୁପରୁ ଗଙ୍ଗା ନଦୀ ଗ୍ରୁପ ପ୍ରଥମ, ଉଦନ୍ତୀ ନଦୀ ଗ୍ରୁପ ଦ୍ୱିତୀୟ ଏବଂ ଯମୁନା ନଦୀ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କାର୍ଯକ୍ରମକୁ ପ୍ରଦୁ୍ୟମ୍ନ ସିଂ ଚିନ୍ଦା ଓ ମନୋଜ ଜଗତ ପରିଚାଳନା କରିଥିବାବେଳେ ଉକ୍ତ ବିଦ୍ୟାଳୟର  ପ୍ରଧାନଶିକ୍ଷକ ଗୌତମ ମେହେର, ଶିକ୍ଷୟିତ୍ରୀ ରୋହିଣୀ ମେହେର ଓ ପାରିଜାତ ମେହେର ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ  ମାନପତ୍ର ପ୍ରଦାନ କରିଥିଲେ ।