ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ୍ ଯାଞ୍ଚ


ାା ପ୍ରଭାନୁ୍ୟଜ ।ା ଯାଜପୁର,: ସୋମବାର ସକାଳୁ ରାଜ୍ୟ ପରିବହନ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ବିଶେଷ କରି ୧୮ବର୍ଷରୁ କମ୍ ଯେଉଁ ନାବାଳକ ଓ ନାବାଳିକାଗାଡ଼ି ଚଳାଇବାକୁ ନେଇ ପରିବହନ ବିଭାଗ ଭିତରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିନରେ ଥିବା ବିଭିନ୍ନ ସ୍ଥାନମାନଙ୍କ ଯାଞ୍ଚ କରାଯାଇଛି । ପରିବହନ ବିଭାଗ  ବିଭିନ୍ନ ଟିମ୍ ମାନ ଗଠନ କରି ଯାଞ୍ଚ କରିଥିଲେ । ସ୍କୁଲ କଲେଜ ପିଲାମାନେ ସ୍କୁଟି ଓ ବାଇକ୍ ବିନା ଲାଇସେନ୍ସରେରେ ଗାଡ଼ି ଚଳାଉଛନ୍ତି । ତାହାକୁ ତନଖି କରାଯାଇ ଅଭିଭାବକ ମାନଙ୍କୁ ତାଗିଦ କରିବା ସହ ଯେଉଁ ପିଲା ମାନେ ଧରାପଡିଛନ୍ତି ତାଙ୍କର ବୟସ ୨୫ବର୍ଷ ନହେବା ପର୍ଯ୍ୟନ୍ତ କିଭଳି ଡ୍ରାଇଭିଗ୍ ଲାଇସେନ୍ସ ଦିଆ ନଯିବ ସେନେଇ ଗୃରୁତ୍ୱ ଦିଆଯାଇଛି । ୧୮ବର୍ଷରୁ କମ୍ ନା ବାଳକ ଓ ନା ବାଳିକା ଚଳାଉଥିବା ଗାଡ଼ି ଧରିବା ସହ ୬ ହଜାର ଓ ୨୩ ହଜାର ଜରିମାନା ସହ ରସିଦ୍ କାଟିବା ସହ ଗାଡ଼ିକୁ ପରିବହନ ଅଧିକାରୀ ସିଜ୍ କରିଥିବା ଦେଖିବାକୁ ମିଳିଥିଲା । ତତ୍ ସହିତ ୪ଗୋଟି ଓଭରଲୋଡ୍ ଗାଡ଼ିକୁ ଜବତ୍ କରାଯାଇଛି । ଚଢ଼ାଉରେ ରାଜ୍ୟ ପରିବହନ ଉପ କମିଶନର ଲାଲ୍ ମୋହନ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସମ୍ବିତ୍ କୁମାର, ଏମ୍ଭିଆଇ ପଦ୍ମଜା ମହାନ୍ତି, ଟ୍ରାଫିକ ଇନିସ୍ପେଟର ଯୁଗଳ ତିରିଆ ସହ ବହୁ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।