ଜୀବନଯାତ୍ରା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନଯାତ୍ରାକୁ ନେଇ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
କୋଟିଏ ଜନ୍ମ ହେଲା ପରେ, ସେ ବଡ଼ ହେବା ପାଇଁ ସେ ସଂଘର୍ଷ କରେ । ବଡ଼ ହେବା ପରେ କଟେ ଫୁଟିବା ପାଇଁ ସଂଘର୍ଷ କରେ । ଫୁଟି ସାରିବା ପରେ ଫଳଟିଏର ହେବା ଲାଗି ସଂଘର୍ଷ କରେ । ଫଳଟିଏ ହୋଇସାରିବା ପାଇଁ ପୁଣି ପରିପକ୍ୱ ହେବା ପାଇଁ ସଂଘର୍ଷ କରେ । ତା'ପରେ ଶେଷ ସଂଘର୍ଷ ହେଲା, ଫଳ ଭିତରୁ ମଞ୍ଜିଟିଏ ବାହାରି ଗଜା ହେଇ ଗଛ ହେବା ପାଇଁ ସଂଘର୍ଷ ।
ବୁଝିଲେ ଲାଗେ, ଏଇଠି ଫୁଲଟିଏର ପ୍ରତ୍ୟେକଟି ସୋପାନ ହଉଚି ଗୋଟିଏ ଗୋଟିଏ ଦୁଃଖର ଅନ୍ତ । କ ଫୁଲ ହେବା ପାଇଁ ସଂଘର୍ଷ କରେ । ଏଇ ସଂଘର୍ଷଟି ହଉଚି ଦୁଃଖ ୟ ଫୁଲ ଫୁଟିଗଲା ପରେ ଆନନ୍ଦିତ ହୁଏ । ଏ ଆନନ୍ଦ କ୍ଷଣସ୍ଥାୟୀ । ତା'ପରେ ପୁଣି ଆଗକୁ ଯିବା ପାଇଁ ସଂଘର୍ଷ କରେ । ତାର ଲକ୍ଷ୍ୟ ହେଲା ଫଳ । ଫଳ ନ ହେବା ପର୍ଯ୍ୟନ୍ତ ଦୁଃଖ । ଫଳ ହୋଇଗଲା ପରେ ସୁଖ । ପୁଣି ଫଳ ଭିତରୁ ମଞ୍ଜି ବାହାରିବା ପାଇଁ ଚେଷ୍ଟା କରେ । ସିଏ ପୁଣି ଆଉ ଗୋଟେ ନୂଆ ଦୁଃଖ । ଫଳ ଭିତରୁ ମଞ୍ଜି ବାହାରିଯିବା ପରେ ପୁଣି ଗଛଟିଏ ହବା ପାଇଁ ସଂଘର୍ଷ । ଅତଏବ ସଂଘର୍ଷର ଅନ୍ତ ନାହିଁ । ।
ଠିକ୍ ଫୁଲଟିଏ ଭଳି ମଣିଷର ଜୀବନଯାତ୍ରା । ଏଇ ମୁହୂର୍ତ୍ତ ପାଇଁ ଯୋଉଟା ସୁଖ, ପର ମୁହୂର୍ତ୍ତ ପାଇଁ ସେଇଟା ହିଁ ଦୁଃଖ ।
ଆଉ ଗୋଟେ ପ୍ରକାରେ ବୁଝିଲେ ଲାଗେ, ଦୁଃଖ ଆଉ ସୁଖ ହଉଚି ବାଉଁଶ ଗଛର ଗଣ୍ଠି ପରି । ଗୋଟେ ଗଣ୍ଠି ତଳକୁ ଗଲେ ତା' ଉପରୁ ନୂଆ ଗଣ୍ଠିଟିଏ ବାହାରିବ । ଠିକ୍ ସେମିତି ଗୋଟିଏ ଦୁଃଖ ପଛେଇ ଗଲେ କ୍ଷଣିକ ସୁଖ ନେଇ ପୁଣି ନୂଆ ଦୁଃଖଟିଏ ଜନ୍ମ ନିଏ ।
ଆଜ୍ଞା, ବାସ୍ତବରେ ଜୀବନ ହଉଚି ସୁଖ ଖୋଜିବା ପାଇଁ ଦୁଃଖର ଏକ ଜୟଯାତ୍ରା । ଜୀବନଟା ଏଇମିତି ଲମ୍ବା ବାଉଁଶର ଗଣ୍ଠିର ସମାରୋହ । ବାଉଁଶର ପ୍ରତ୍ୟେକଟା ଗଣ୍ଠି, ତା ପାଇଁ ଦିନେ ଦୁଃଖ ଥିଲା । କିନ୍ତୁ ସେଇ ଦୁଃଖ ପୁଣି ସୁଖର କାରଣ । ବଡ଼ ହୋଇଯିବା ପରେ ପ୍ରତ୍ୟେକଟା ଗଣ୍ଠି ତା' ଜୀବନର ଗୋଟେ ଗୋଟେ ପାହାଚ ପରି । ଆଉ ସମୁଦାୟ ବାଉଁଶଟା ହେଉଛି ଜୀବନର ପଥ । ସୁଖ ଆଉ ଦୁଃଖ, ବାଉଁଶର ଗଣ୍ଠି ଭଳି ଜୀବନର ସୋପାନ । ସୁଖ ଆଉ ଦୁଃଖର ଅନ୍ତ ନଥାଏ । ଉଭୟ ଜୀବନର ଏକ ସାମୟିକ ଅବସ୍ଥା ମାତ୍ର ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ କ୍ଷ ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।