ଏକ ସମୃଦ୍ଧ ଅତୀତର ବି ସ୍ମୃତ ଇତିହାସ
ମୀରା ବେଉରା : ପାଶ୍ଚାତ୍ୟ ସମାଜ ବିଜ୍ଞାନୀ ଏଡମଣ୍ଡ ବର୍କଙ୍କ ମତରେ ‘ଯେଉଁମାନେ ନିଜର ଅତୀତକୁ ସ୍ମରଣ କରନ୍ତି ନାହିଁ, ସେମାନେ ନିଜର ଭବିଷ୍ୟତକୁ ମଧ୍ୟ ଦେଖି ପାରିବେ ନାହିଁ’ । ଅତୀତର ସୁନାବ୍ୟା ମହାନଦୀ ସେତୁବିହୀନ, ଆନିକଟବିହୀନ ହୋଇ ନୋ÷ପରିବହନର ଏକମାତ୍ର ସୁଲଭ ମାଧ୍ୟମ ଥିଲା । କାଳକ୍ରମେ ସଡ଼କ, ରେଳପଥ ଓ ଆକାଶ ପଥର ବିକାଶ ଘଟିବା ଫଳରେ ଗମନାଗମନ ଓ ପରିବହନର ଉନ୍ମୁକ୍ତ ମାର୍ଗ ଏବେ ବହୁମୁଖୀ ହୋଇଛି । ଅର୍ଥନୀତିର ପରିଭାଷାରେ ‘ସଭ୍ୟତା’ ନଦୀକୈନ୍ଦ୍ରିକ ହୋଇପାରେ ମାତ୍ର ‘ସମୃଦ୍ଧି’ ବନ୍ଦରଭିତ୍ତିକ ହେବାକୁ ବାଧ୍ୟ । ମହାନଦୀ ହିଁ ଓଡ଼ିଶାର ପ୍ରାଚୀନ ସଂସ୍କୃତି ଓ କୀର୍ତ୍ତିରାଜିର ପ୍ରତ୍ୟକ୍ଷ ମୂକସାକ୍ଷୀ । କେବଳ ସେତିକି ନୁହେଁ ଏହା ଓଡ଼ିଶା ଇତିହାସର ଉଜ୍ଜ୍ୱଳତମ ଅଧ୍ୟାୟ ଏବଂ ସ୍ମାରକୀ । ଏହି ପୁଣ୍ୟତୋୟାଙ୍କ ଉଭୟ ପାଶ୍ୱର୍ କୃଷି ଓ ବାଣିଜ୍ୟ ସହ ଅନେକ ଧର୍ମ, ସଂପ୍ରଦାୟ, ମତବାଦ ସହ ରାଜନୀତି, ଅର୍ଥନୀତି ଓ କୂଟନୀତି ଆଦି ପ୍ରତିଷ୍ଠାର ଅଲିଭା ସ୍ୱାକ୍ଷରକୁ ଆଜିବି ବହନ କରି ରହିଅଛି । ଓଡ଼ିଶାର ଲୁପ୍ତ ସ୍ୱାଭିମାନକୁ ମନେ ପକାଇବାର ଏଇ ପରଂପରା ସ୍ୱାଗତାର୍ହ ଓ ଅନୁକରଣୀୟ । କାର୍ତ୍ତିକ ପୂର୍ଣ୍ଣିମାର ପ୍ରଭାତରେ ମହାନଦୀରେ ବୋଇତ ବନ୍ଦାଣ ଓ ସୂର୍ଯ୍ୟ ବନ୍ଦାପନା ସାଙ୍ଗକୁ ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଚନ୍ଦ୍ର ବନ୍ଦାପନାରେ ମହାନଦୀ ବନ୍ଦାପନା ଓ ବୋଇତ ଉତ୍ସବ ନିଶ୍ଚୟ ଆମର ଉତ୍ତର ପିଢ଼ିଙ୍କ ମନରେ ଏକ ଆଦର୍ଶ ପରଂପରା ସୃଷ୍ଟି କରୁଛି ଓ ଭବିଷ୍ୟତରେ କରିବ ମଧ୍ୟ । ଆଶା କରିବା ବର୍ତ୍ତମାନର ଦୃଶ୍ୟମାନ ସାଂସ୍କୃତିକ ଅବକ୍ଷୟ କାଳର ଏକ ସାମୟିକ ଉପଧାରା ଯାହା ଭବିଷ୍ୟତରେ ଶିକ୍ଷା ଓ ସଚେତନତା ମାଧ୍ୟମରେ କ୍ରମେ ସୁଧୁରିଯିବ ଓ ଭବିଷ୍ୟତରେ ଆମ ଉତ୍ତରପିଢ଼ି ନିଜର ଅସ୍ମିତା ସମ୍ବନ୍ଧରେ ଅଧିକ ସଚେତନ ହେବ ।
ଓଡ଼ିଶାର ସୁଦୀର୍ଘ ବେଳାଭୂମି ଓ ପୋତାଶ୍ରୟମାନଙ୍କର ସଦୁପଯୋଗ କରି ଆମର ପୂର୍ବପୁରୁଷମାନେ ଯେଉଁ ନୋ÷ବାଣିଜ୍ୟ ପରଂପରାର ବିକାଶ କରିଥିଲେ ତାହା ସମୟ ସ୍ରୋତରେ ପ୍ରମାଣିତ ହୋଇଛି । ଏହି ଉଜ୍ଜ୍ୱଳ ପରଂପରାର ପୁନରୁଦ୍ଧାର ସହ ଆମର ବର୍ତ୍ତମାନ ଓ ଭବିଷ୍ୟ ପିଢ଼ିକୁ ଆମର ସମୃଦ୍ଧ ଅତୀତ ପରିଚିତ କରାଇଲା । ଆମ ଓଡ଼ିଶାର ବାଲିଯାତ୍ରାର ପ୍ରୟାସ ନିଶ୍ଚିତ ଭାବେ ସମୟୋପଯୋଗୀ । ଶିକ୍ଷାର ଆଲୋକ ବିଜ୍ଞାନ ଭିତ୍ତିକ ହେବାରୁ ଜୀବନ ଚର୍ଯ୍ୟା ବିଶ୍ୱଶ୍ରେଣୀ ପର୍ଯ୍ୟାୟକୁ ଆସି ଯାଉଛି । ଉପାଦାନର ଶୈଳୀ ପ୍ରକ୍ରିୟା ବଦଳିଛି, ମାତ୍ର ମୋ÷ଳିକ ଲକ୍ଷ୍ୟ ବଦଳିନାହିଁ । ବଳକା ଅଂଚଳରୁ ନିଅଣ୍ଟିଆ ଅଞ୍ଚଳକୁ ଖାଉଟି ଦ୍ରବ୍ୟ ନିଶ୍ଚୟ ଆସିବ । ଅତୀତର ନଦୀ ଭିତ୍ତିକ ବନ୍ଦରର ସ୍ଥାନ ନେଇଛି ଗଭୀର ସମୁଦ୍ର ଭିତ୍ତିକ ପୋତାଶ୍ରୟ । ବର୍ହିବାଣିଜ୍ୟର ସଂଜ୍ଞା ଆଜି ବଦଳି ଯାଇଛି । ମାତ୍ର ମାନବ ସମ୍ବଳର ସଂଜ୍ଞା ବଦଳି ନାହିଁ । ଏହି ଐତିହାସିକ ବାଲିଯାତ୍ରାରେ ଯେ ଦିନେ ଆଗାମୀ ପିଢ଼ିପାଇଁ ସମୃଦ୍ଧିର ସାତ ବର୍ଣ୍ଣ ଇନ୍ଦ୍ରଧନୁ ସୃଷ୍ଟି କରିବ, ଯେଉଁଥିପାଇଁ ପାଣ୍ଠିର ବା ପୁଞ୍ଜିର ଅଭାବ ରହିବନାହିଁ ।
ଅନନ୍ତ ମହାକାଳର ବିସ୍ମୃତି ଗର୍ଭରେ ଅତୀତର ଅନେକ ସ୍ମୃତି, କୀର୍ତ୍ତିରାଜି ଆଜି ଲୁପ୍ତ ହୋଇଥିବା ଦୃଷ୍ଟାନ୍ତର ଅଭାବ ନାହିଁ । କିନ୍ତୁ ଅନେକ ଐତିହ୍ୟ ପରଂପରା ଶତାବ୍ଦୀ ପାବଚ୍ଛ ପରେ ପାବଚ୍ଛ ଅତିକ୍ରମ କରି ମଧ୍ୟ ମାନବୀୟ ଚିନ୍ତା ଚେତନାରେ ସ୍ୱତନ୍ତ୍ର ସ୍ଥାନ ବଜାୟରଖି ଆଗାମୀ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ପାଲଟି ଥାଏ । ତନ୍ମଧ୍ୟରୁ ଐତିହାସିକ ବାଲିଯାତ୍ରା ଅନ୍ୟତମ । ଅଦ୍ୟାବଧି ଭୋ÷ଗୋଳିକ, ଐତିହାସିକ ଓ ପରିବ୍ରାଜକଙ୍କ ସେ ସମୟର ପ୍ରଦତ୍ତ ବିବରଣୀରୁ ଯାହା ଜଣାପଡ଼େ ଅତୀତରେ ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଅତ୍ୟନ୍ତ କୁଶଳୀ, ଅଭିଜ୍ଞ ଓ ବୋଇତ ଚାଳନାରେ ପାରଙ୍ଗମ ଥିଲେ ।
ଏହି ବାଲିଯାତ୍ରା ଆଜିର ନୁହେଁ, ଏହା ସଂସ୍କୃତିର ପୁନରାବୃତ୍ତି । ଆଧୁନିକ ମଣିଷର ଅନ୍ତଃସାର ଶୂନ୍ୟତାକୁ ସ୍ମୃତି ଓ ସାମର୍ଥ୍ୟକୁ ଜୀଆଁଇ ଦେବାର ସତରେ ଏକ ପ୍ରୟାସ ମାତ୍ର । ଓଡ଼ିଶାର କଳା, ସଂସ୍କୃତି, ଶିଳ୍ପ, ବାଣିଜ୍ୟକୁ ଇତିହାସ ଓ ଅତୀତକୁ ସାମର୍ଥ୍ୟ ଯୋଗାଇ ଦେବାପାଇଁ ଏହି ଉତ୍ସବର ଆୟୋଜନ । ହିଂସା, ଦ୍ୱେଷ, ପରଶ୍ରୀକାତରତାକୁ ଭୁଲି ପାଦରେ ପାଦ ଛନ୍ଦି, ହୃଦୟରେ ହୃଦୟ ମିଶାଇ ସାଧକର ସୃଷ୍ଟି ସର୍ଜ୍ଜନାକୁ ସମ୍ମାନ ଦେବା, ଭଲ ପାଇବା ଏହାର ଉଦେ୍ଦଶ୍ୟ । ସୃଷ୍ଟି କାଳରୁ ହିଁ କଳିଙ୍ଗ ଜାତି ସମଗ୍ର ଦେଶରେ ଥିଲା ଧର୍ମ, ସଂସ୍କୃତି ସହ ବାଣିଜ୍ୟର ପ୍ରମୁଖ ପ୍ରଦେଶ । ଇତିହାସ କହେ, “କଳିଙ୍ଗା ସାହସିକଃ । ବିଦେଶରେ ମଧ୍ୟ କଳିଙ୍ଗର ସାଂସ୍କୃତିକ ଧାରାର ପ୍ରଭାବ ବେଶ୍ ସ୍ପଷ୍ଟ । ସମୁଦ୍ରର ଦୁଃସାହସ ପରି ଏହି ସମୁଦ୍ର କୂଳର ଜାତି ବର୍ମା, ମାଳୟ, ସିଂହଳ, ଜାଭା, ସୁମିତ୍ରା, ବାଲି, ବୋର୍ଣ୍ଣିଓ ଓ ଚୀନ ଇତ୍ୟାଦି ଦେଶମାନଙ୍କରେ ବାଣିଜି୍ୟ ସଂପର୍କ ସ୍ଥାପନ କରି ସେହି ସ୍ଥାନମାନଙ୍କରେ କଳିଙ୍ଗର ଓ ଭାରତର ସଂସ୍କୃତିକୁ ସ୍ଥାପନା କରିଥିଲେ । ଓଡ଼ିଆ ଜାତିକୁ ଦେଖିଲେ ଆଜି କେମିତି ଥରି ଉଠେ ପଞ୍ଜରା ହାଡ଼ । ଆମେ ଆମ ଜୀବନ ଯାପନ ପ୍ରଣାଳୀରେ ପରସ୍ପର ପ୍ରତି ପରିଶ୍ରୀକାତରତା ଗର୍ବ ଗୋ÷ରବର କଥା ଆମ ପାଇଁ ନିଶ୍ଚିତ ଭାବରେ ଏକ ପ୍ରହସନ । ବଜାରି ସଭ୍ୟତାର ଜୀବନ ଆଜି ପାଲଟିଛି ହାଟ ସଉଦା । ସମାଜର ପ୍ରାଣ ଲୋକଜୀବନରେ ହିଁ ରହିଥାଏ । ଲୋକସଂସ୍କୃତି ଥାଏ ସାମାଜିକ ନୀତି ନିୟମରେ, ଧର୍ମରେ ସଭ୍ୟତାରେ, ଦୈନିକ ଜୀବନ ଚର୍ଯ୍ୟାରେ । ସେଇଥିପାଇଁ ତ ଓଡ଼ିଆ ଜାତିକୁ ଓଡ଼ିଶାର ସଂସ୍କୃତିକୁ ଭଲ ପାଉଥିବା କବି, କବିବର ରାଧାନାଥ ରାୟଙ୍କ କବିତାରେ ଥିଲା-
“ପୂର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ
ଶ୍ରେଷ୍ଠ ଏ ଉକ୍ରଳ ଭୂମି ରଣେ ଗରିୟସୀ ।ା”
ଏହି ଓଡ଼ିଆ ସାଧବପୁଅ ଦିନେ ସାତ ସମୁଦ୍ର ପାର ହୋଇ ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ ତଥା ଇଣ୍ଡୋନେସିଆ ସହିତ ବାଣିଜି୍ୟକ ସଂପର୍କ ସ୍ଥାପନ କରିଥିଲା । ଆମ ପୂର୍ବପୁରୁଷ, ସାଧବପୁଅମାନଙ୍କ ସାହସିକତା ଓ ବାଣିଜି୍ୟକ ନିପୁଣତା କଳା, ଭାସ୍କର୍ଯ୍ୟ, ସାହିତ୍ୟର ପ୍ରଚାର ପ୍ରସାର କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆମ ଐତିହ୍ୟ, ସଂସ୍କୃତି ଓ ଅର୍ଥ ନୈତିକ ସମୃଦ୍ଧିର ବାର୍ତ୍ତା ପ୍ରଦାନ କରିଥିବା ବାଲିଯାତ୍ରା ଆମକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମୃଦ୍ଧିର ଚିତ୍ର ଉତ୍ପ୍ରେରିତ କରିବ । ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଐତିହ୍ୟ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ଏହି ବାଲିଯାତ୍ରା ହିଁ ହେଉଛି ଆମର ଐତିହ୍ୟ, ଗୋ÷ରବମୟ ବାଣିଜି୍ୟକ ପରଂପରାର ମୂକସାକ୍ଷୀ । ଏହା ପ୍ରାଚୀନ ଉକ୍ରଳର ସମୃଦ୍ଧି ଏବଂ ଗରିମାର ଐତିହର ପ୍ରତୀକ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କଳିଙ୍ଗ ବର୍ହିବାଣିଜ୍ୟର ସ୍ୱାକ୍ଷର ।
ଓଡ଼ିଶାର ବାଲିଯାତ୍ରା ବର୍ତ୍ତମାନ ଆଉ ଏକ ପରଂପରାରେ ସୀମିତ ହୋଇ ରହିନାହିଁ । ଏହା ଏକ ମହୋତ୍ସବର ରୂପନେଇ ଓଡ଼ିଆ ପୁଅକୁ ବୈଦେଶିକ ବାଣିଜ୍ୟ ନିମନ୍ତେ ନିଶ୍ଚୟ ପ୍ରେରଣା ଦେଇଛି । ଏହି ଗୋ÷ରବମୟ ପରଂପରାକୁ ବଜାୟ ରଖିବା ଦିଗରେ କଟକ ବାଲିଯାତ୍ରା ମହୋତ୍ସବ ପ୍ରଶଂସନୀୟ । ଏହା ସତ୍ୟ ଯେ ଯେତେବେଳେ ମହାନଦୀ ପୂର୍ଣ୍ଣଗର୍ଭା ଥିଲା ଓ ଏହାର ପ୍ରବାହ ଖରା, ବର୍ଷା ଓ ଶୀତ ସମୟରେ ମଧ୍ୟ ଅକ୍ଷୁଣ୍ଣ ରହୁଥିଲା, ସେତେବେଳେ ଏହି ନଦୀ ବଙ୍ଗୋପସାଗର ଦେଇ ସେଠାରୁ ଜାଭାଦ୍ୱୀପ, ଉପଦ୍ୱୀପ ଓ ବିଦେଶକୁ ଯାଇ ସାଧବ ବଣିଜମାନେ ବାଣିଜ୍ୟ କରୁଥିଲେ ଓ ସେଠାରୁ ଫେରିଆସି ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରୁଥିଲେ । ଖ୍ରୀ:ପୂ: ୫୦୦ ବର୍ଷରୁ ଏହି ବୋଇତ ଯାତ୍ରା ଲଗାତାର ଭାବରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ନାନାବାଧା ଓ ପ୍ରତିକୂଳ ପରିସ୍ଥିତି ସହ ଗତÿି କରି ଆସିଥିଲା । କହିବାକୁ ଗଲେ ଗଂଜାମ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଯେତେ ନଦୀ ଅଛି ପ୍ରାୟ ସମସ୍ତ ନଦୀରେ ବୋଇତ ଯାଉଥିଲା ଓ ନଦୀ କୂଳରେ ଗଢ଼ି ଉଠିଥିଲା ନାନା ବନ୍ଦର । ବାଲେଶ୍ୱରର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଧାମରା, କଟକର ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଗଂଜାମର ଋଷିକୁଲ୍ୟା, ପୁରୀର ପ୍ରାଚୀ, ଚନ୍ଦ୍ରଭାଗା, ଦୟା, ର୍ଭାଗବୀ ନଦୀ କୂଳେ କୂଳେ ଅନେକ ବନ୍ଦର ଗଢ଼ି ଉଠିଥିଲା । ପ୍ରାଚୀନ କଳିଙ୍ଗ ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯେ ସେକାଳର ସମସ୍ତ ବନ୍ଦର ମଧ୍ୟରେ ଥିଲା ଅପୂର୍ବ ସଂହତି । ବଣିକମାନଙ୍କ ମଧ୍ୟରେ ଥିଲା ପାରସ୍ପରିକ ସଂପର୍କ ।
ଏହି ସାଧବମାନେ ଥିଲେ କଳିଙ୍ଗ ଓଡ଼ିଶାର ଆର୍ଥନୀତିକ ସଂହତିର ମୁଖ୍ୟ ସଂପ୍ରଦାୟ । ସାଧବ ଓ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ମଧୁର ସଂପର୍କ ଥିଲା । ଏହା ସହ ରାଜ୍ୟମୁଖ୍ୟ ରାଜାଙ୍କ ସହିତ ମଧ୍ୟ ସାଧବମାନଙ୍କର ଅତି ନିବିଡ଼ ସଂପର୍କ ରହିଥିଲା । ସେଥିପାଇଁ ଷୋଢ଼ଶ, ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ନୋ÷ବାଣିଜ୍ୟ ଥିଲା ସୁବର୍ଣ୍ଣଯୁଗ । କିନ୍ତୁ ଫିରିଙ୍ଗୀ, ଫରାସୀ, ଦିନମାର, ଓଲନ୍ଦାଜ, ଆରବ ଆଦି ଜଳଦସୁ୍ୟମାନଙ୍କର ଘନଘନ ବୋଇତ ଲୁଣ୍ଠନ ଓ ଆକ୍ରମଣ ହେତୁ କ୍ରମେ ଏହି ଯୁଗର ଅବସାନ ଘଟିବାକୁ ଲାଗିଲା । ଗୋଟାଏ ପଟେ ଓଡ଼ିଶାର ସ୍ୱାଧୀନତାର ବିଲୋପ (୧୫୬୮) ଓ ଆଉ ଗୋଟିଏ ଦିଗରେ ଆଫଗାନ ମୁସଲମାନ, ମୋଗଲ, ମରହଟ୍ଟା ଓ ଶେଷରେ ଇଂରେଜ ଶାସନ ଫଳରେ ବୋଇତ ଯାତ୍ରା ପ୍ରତି ପୃଷ୍ଠପୋଷକତାର ଅଭାବ ଓ ଅନ୍ୟ ଦିଗରେ ବୋଇତ ଲୁଣ୍ଠନକାରୀଙ୍କୁ ପ୍ରୋତ୍ସାହନ ଫଳରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ନୋ÷ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । କଳିଙ୍ଗର ନୋ÷ବାଣିଜ୍ୟ ଓ ଜଳଯାତ୍ରା ସଂପର୍କରେ ଖ୍ରୀ:ପୂ: ୪ର୍ଥ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ମୋ÷ର୍ଯ୍ୟଙ୍କର ବିଚକ୍ଷଣ କୁଟନୀତିଜ୍ଞ ଓ ମନ୍ତ୍ରୀଚାଣକ୍ୟ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ଅର୍ଥଶାସ୍ତ୍ରରେ କଳିଙ୍ଗର ବୋଇତ ଯାତ୍ରାକୁ ସୂଚାଇଛାଏ । ସେମାନେ କେବଳ ବାଣିଜ୍ୟ କରୁ ନଥିଲେ, ସମସ୍ତଙ୍କ ସହିତ ସଂପର୍କ ମଧ୍ୟ ପ୍ରତିଷ୍ଠା କରୁଥିଲେ । ନିଜର ଭାଷା, ସଂସ୍କୃତି ଓ ଧର୍ମର ଛାପ ମଧ୍ୟ ରଖି ଦେଉଥିଲେ । ସାଧବମାନେ ସେସବୁ ଅଂଚଳରେ ବୈବାହିକ ସଂପର୍କ ମଧ୍ୟ ସ୍ଥାପନ ମଧ୍ୟ କରୁଥିଲେ । ଯାହା ଉକ୍ରଳର ଉଦାର ମାନବ ମୈତ୍ରୀର ପରିଚୟ ଦେଇଥିଲା । ସାରଳା ଦାସଙ୍କ ମହାଭାରତରେ ବୋଇତ ଯାତ୍ରାର ଚିତ୍ର ରହିଛି । ଦଶକୁମାର ଚରିତ, ତଅପୋଇର କାହାଣୀ, ମଙ୍ଗଳା ଓଷା କଥା, ଚାରିମହାମନ୍ତ୍ରୀ ପୁଅ କଥା, ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ, ବୈଦେହୀଶ ବିଳାସ ଆଦି ସାହିତି୍ୟକ ରଚନାମାନଙ୍କରୁ ବୋଇତ ଯାତ୍ରାର ପରିଚୟ ମିଳିଥାଏ । ଏହା ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବା ସହ ଦୁର୍ଦ୍ଧଷ ସାମରିକ ଶକ୍ତି ମଧ୍ୟ ଗଢ଼ିଥିଲା । ସାଧବମାନେ ପ୍ରଥମେ ବାଲିକୁ ଯାଇଥିବାରୁ ଏହାର ନାମ ବାଲିଯାତ୍ରା ରଖା ଯାଇଛି । ଓଡ଼ିଆ ସାହିତ୍ୟର ବିଶିଷ୍ଟ ଔପନ୍ୟାସିକ କାହ୍ନୁ ଚରଣ ବାଲିଯାତ୍ରା ନାମରେ ୧୯୨୪ ମସିହାରେ ଉପନ୍ୟାସ ରଚନା କରି ବାଲି ସହ ଆମର ସାଂସ୍କୃତିକ ସଂପର୍କ ଦର୍ଶାଇଥିଲେ । ଏବେ କେବଳ କଟକ ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠତି ହେଉଛି । ଏହା ଜଗତୀକରଣକୁ ମଧ୍ୟ ବେଶ୍ ପ୍ରୋତ୍ସାହିତ କରୁଛି ।
ମୋ: ୭୮୪୬୯୨୧୪୦୦