ଜୁକରବର୍କଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ
ନୂଆଦିଲ୍ଲୀ : ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଭାରତର ଲୋକସଭା ନିର୍ବାଚନକୁ ନେଇ କରିଥିବା ଦାବି ଉପରେ କେନ୍ଦ୍ରମନ୍ତ୍ରୀ କଡା ପ୍ରତିକ୍ରିୟା ରଖିଛନ୍ତିଫ କୋଭିଡ-୧୯ ମହାମାରୀ ପରେ ଭାରତ ସମେତ ଅଧିକାଂଶ ଦେଶରେ କ୍ଷମତାସୀନ ସରକାର ୨୦୨୪ ନିର୍ବାଚନ ହାରିଥିଲେ ବୋଲି ଜୁକରବର୍ଗ ଦେଇଥିବା ମନ୍ତବ୍ୟ ତଥ୍ୟ ଦୃଷ୍ଟିରୁ ଭୁଲ୍ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ବୈଷ୍ଣବ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା କରିଥିଲା ଯେଉଁଥିରେ ୬୪ କୋଟି ଭୋଟର ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ଉପରେ ଭାରତର ଲୋକମାନେ ପୁନର୍ବାର ବିଶ୍ୱାସ ପ୍ରକଟ କରିଛନ୍ତି । ୨୦୨୪ ନିର୍ବାଚନରେ ଭାରତ ସମେତ ଅଧିକାଂଶ ଦେଶରେ କ୍ଷମତାସୀନ ସରକାର କୋଭିଡ ପରବର୍ତ୍ତୀ ଅବସ୍ଥାରେ ହାରିଥିଲେ ବୋଲି ଶ୍ରୀ ଜୁକରବର୍ଗଙ୍କ ଦାବି ବାସ୍ତବରେ ଭୁଲ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୪ରେ ସମଗ୍ର ବିଶ୍ୱରେ ଅନୁଷ୍ଠିତ ନିର୍ବାଚନରେ, ଭାରତ ସମେତ ଅଧିକାଂଶ ସ୍ଥାନରେ ଶାସନ ଦାୟିତ୍ୱରେ ଥିବା ସରକାର କ୍ଷମତା ହରାଇଥିଲେ ବୋଲି ଜୁକରବର୍ଗ ଏକ ପଡକାଷ୍ଟରେ ଦାବି କରିଥିଲେ । ମେଟାକୁ ଟ୍ୟାଗ୍ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଜୁକରବର୍ଗ ଭୁଲ ତଥ୍ୟ ସହ ଏଭଳି ମନ୍ତବ୍ୟ ଦେବା ନିରାଶାଜନକ । ଏଭଳି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।