ପନିପରିବା ନଷ୍ଟ କଲେ ହାତୀପଲ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅଧୀନ ଯୋରନ୍ଦା ବନପାଳ ସେକ୍ସନ ଅନ୍ତର୍ଗତ ମାଧପୁର ଗ୍ରାମର ଅଗ୍ରଣୀ ଚାଷୀ ଜ୍ୟୋତିନ୍ଦ୍ର ନାଥ ନନ୍ଦଙ୍କର ବ୍ୟାପକ ପନି ପରିବା ଫସଲ ସବୁ ନଷ୍ଟ ହୋଇଛି  । ଗତକାଲି ରାତ୍ରିରେ ହାତୀ ପଲ ତାଙ୍କର ୫ଏକର ପରିମିତ ପନିପରିବା ଫସଲରେ ହାତୀ ପଲ ପଶି ୩ଏକର ଜମିରେ ଲଗା ଯାଇଥିବା କାକୁଡି, ବାଇଗଣ ଭେଣ୍ଡି ଓ ଅନ୍ୟାନ ଫସଲ ସବୁ ଦଳି ଚକଡି ବ୍ୟାପକ ଭାବରେ ନଷ୍ଟ କରି ଦେଇଛନ୍ତି  । ଯାହା ଫଳରେ ଋଣ କରଜ କରି ଲଗାଯାଇ ଥିବା ଫସଲକୁ ଦୁଇ ପଇସା ରୋଜଗାର ଆଶାରେ ଥିବା ଉକ୍ତ ଚାଷୀ ଆଜି ନିଜର କ୍ଷେତକୁ ଦେଖି ମୁଣ୍ଡରେ ଚଡକ ପଡିଛି  । ଚାଷୀ ନନ୍ଦ ତୁରନ୍ତ ଯୋରନ୍ଦା ବନପାଳଙ୍କୁ କ୍ଷୟକ୍ଷତି ସମ୍ପର୍କରେ ଲିଖିତ ଭାବରେ ନଷ୍ଟ ଫସଲର ସବୁ ଫୋଟ ସବୁ ପ୍ରଦାନ କରିଥିବାର ସେ ପ୍ରକାଶ କରିଛନ୍ତି  । ତୁରନ୍ତ ତାଙ୍କର ଫସଲ କ୍ଷୟ କ୍ଷତିର ଆକଳନ କରି ବନ ବିଭାଗ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦାବି ଜଣାଇଛନ୍ତି  ।