ଜେଲ ଗଲେ ଯିବ ମନ୍ତ୍ରୀପଦବୟୁକ୍ରେନ ପ୍ରସଙ୍ଗରେ ବିଭାଜିତ ୟୁରୋପ 

ସୋ÷÷ମେନ୍ଦ୍ର ଜେନା : 
 ୟୁରୋପୀୟ ସଂଘ ଏବେ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ । ଏକଦା ରୁଷିଆର ପ୍ରଭୁତ୍ୱକୁ ୟୁରୋପରେ ହ୍ରାସ କରିବାକୁ ଚିନ୍ତା କରି ୟୁରୋପୀୟ ସଂଘ ନାଟୋ ଏବଂ ଆମେରିକାକୁ ଡାକି ଆଣିଥିଲା ଯୁଦ୍ଧଭୂମିକୁ । ଦୁଇଦେଶର ମତଭେଦକୁ ଶେଷ କରିବା ବଦଳରେ ଏହି ଗୋଷ୍ଠୀ ଆମେରିକା ପରି ଦୁଷ୍ଟଗ୍ରହକୁ ଡାକି ଆଣିଥିଲେ ୟୁରୋପକୁ । ହେଲେ ଏଥିପାଇଁ ସବୁଠୁ ଅଧିକ କ୍ଷତି ୟୁରୋପର ରାଷ୍ଟ୍ରଗୁଡିକୁ ସହିବାକୁୁ ପଡୁଛି । ରୁଷିଆଠାରୁ ତୈଳ ଓ ଗ୍ୟାସ ସିଧାସଳଖ କିଣି ନପାରି ସେହି ଇନ୍ଧନକୁ ତୃତୀୟ ପକ୍ଷଠାରୁ କ୍ରୟକରି ବିଗତ ତିନିବର୍ଷରେ ଢେର ଅଧିକ ଖର୍ଚ୍ଚ ଏହି ରାଷ୍ଟ୍ରଗୁଡିକ କରି·ଲିଛନ୍ତି । ଏହାବାଦ୍ ଯୁଦ୍ଧକୁ ·ଲୁ ରଖିବା ପାଇଁ ନିଜ ବଜେଟରୁ ଅସ୍ତ୍ରଶସ୍ତ୍ର କ୍ରୟ କରି ୟୁକ୍ରେନକୁ ଯୋଗାଇବାରେ ଲାଗିଛନ୍ତି । ତେଣେ ଆମେରିକା ୟୁରୋପର ରାଷ୍ଟ୍ରଗୁଡିକୁ ବିଶେଷ ଗୁରୁତ୍ୱ ଦେଉନାହିଁ । ଟ୍ରମ୍ପଙ୍କୁ ସାକ୍ଷାତ ପାଇଁ ଯାଇଥିବା ୟୁରୋପର ନେତାମାନଙ୍କୁ ଧାଡିବାନ୍ଧି ଅପେକ୍ଷା କରିବାକୁ ହେଉଛି । ଆଗାମୀ ଦିନରେ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧିକରି ଆମେରିକାରୁ ଅଧିକ ଅସ୍ତ୍ରଶସ୍ତ୍ର କ୍ରୟକରି ୟୁକ୍ରେନକୁ ଯୋଗାଇ ଦେବାଲାଗି ପରାମର୍ଶ ମିଳୁଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ନିଜ ଅସ୍ଥିର ବିଦେଶନୀତି ମାଧ୍ୟମରେ ୟୁରୋପକୁ ଯେପରି ତଳିତଳାନ୍ତ କରିବାକୁ ଷଡଯନ୍ତ୍ର ରଚିଥିବାପରି ମନେହେଉଛି । ୟୁରୋପୀୟ ରାଷ୍ଟ୍ରସଂଘର ସଦସ୍ୟ ଥିବା ଦେଶଗୁଡିକୁ ନିଜ ସ୍ୱାର୍ଥ ଅପେକ୍ଷା ଆମେରିକା ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ କୁହାଯାଉଛି । 
ଆମେରିକାକୁ ସମର୍ଥନ କରିବା ଯୋଗୁ ଭାରତ ୟୁରୋପୀୟ ରାଷ୍ଟ୍ରଗୁଡିକୁ  ରପ୍ତାନିକୁ ଅଟକାଇ ଦେବାଯୋଗୁ ସମସ୍ୟା ଅଧିକ ବଢିଛି । ଆମେରିକାର ଇସାରାରେ ଭାରତରୁ ଯାଉଥିବା ·ଉଳ, ଔଷଧ, ଚିନି,ଇଞ୍ଜିନିୟରିଂ ଯନ୍ତ୍ରପାତି ଆଦିର ରପ୍ତାନି ବନ୍ଦ ହୋଇଯାଇଛି । ଏହି ଅସ୍ଥିରତାକୁ ଲକ୍ଷ୍ୟକରି ହଙ୍ଗେରୀ ସଂଗଠନ ବିରୋଧରେ ଯାଇ ରୁଷିଆର ନିକଟତର ହୋଇଛି । ଦେଶର ପ୍ରଧାନମନ୍ତ୍ରୀ  ଭିକ୍ଟର ଅର୍ବାନ ବାଣିଜ୍ୟ, ଶକ୍ତି, ବିଦେଶନୀତି ଦୃଷ୍ଟିରୁ ରୁଷିଆକୁ ସମର୍ଥନ ଦେବାକୁ ପସନ୍ଦ କରିଛନ୍ତି । ୟୁରୋପୀୟ ସଂଘରେ ୟୁକ୍ରେନକୁ ସାମିଲ କରିବା ବିରୋଧରେ ହଙ୍ଗେରୀ ସରକାର ରହିଆସିଛନ୍ତି । ଏବେ ହଙ୍ଗେରୀ, ସ୍ଲୋଭାକିଆ ଏବଂ ଚେକ ଗଣତନ୍ତ୍ର ପାଇଁ ରୁଷିଆର ଗ୍ୟାସ ଯୋଗାଣକାରୀ ଲାଇନକୁ ଜେଲେନସ୍କି କାଟି ନଷ୍ଟ କରିବା ଦ୍ୱାରା ଏହି ତିନି ଦେଶ ଇନ୍ଧନ ସମସ୍ୟାରେ ପଡିବେ । ଏହି ତିନି ଦେଶକୁ ୟୁରୋପୀୟ ସଂଘ ରୁଷିଆ ଗ୍ୟାସ କଟକଣାରୁ ଛାଡକରିବା  ଯୋଗୁ ସେମାନେ ରୁଷିଆଠାରୁ ଗ୍ୟାସ କ୍ରୟ କରୁଥିଲେ । କିନ୍ତୁ ଜେଲେନସ୍କିଙ୍କୁ ତାହା  ପସନ୍ଦ ନଥିଲା । ଏବେ ଏହି ତିନିରାଷ୍ଟ୍ର ସମସ୍ୟା ଦୃଷ୍ଟିରୁ ୟୁରୋପୀୟ ସଂଘକୁ ଚିଠି ଲେଖିଛନ୍ତି । ଜେନେଲସ୍କିଙ୍କ ନଖରାମୀ ପାଇଁ ୟୁରୋପୀୟ ରାଷ୍ଟ୍ରଙ୍କୁ ଏବେ କଷ୍ଟ ସହିବାକୁ ହେଉଛି । 
     ଅପରପକ୍ଷେ ୟୁ୍କ୍ରେନର ରାଷ୍ଟ୍ରପତି ଜେନେଲସ୍କି କୃତଜ୍ଞ ହେବା ଦୂରେଥାଉ, କୃତଘ୍ନତାର ଚରମସୀମାରେ ପହଞ୍ଚôଛନ୍ତି । ସେ ନିଜର ଅପରିପକ୍ୱ ରାଜନୈ÷ତିକ ବି·ର ଦ୍ୱାରା ୟୁରୋପୀୟ ରାଷ୍ଟ୍ରଗୁଡିକର କ୍ଷତି କରିବାରେ ଲାଗିପଡିଛନ୍ତି,ଏକପ୍ରକାର ବ୍ଲାକମେଲିଂ କରୁଛନ୍ତି ବୋଲି କହିଲେ ଠିକ୍ ହେବ । ଠିକ୍ ସେହିପରି ନିକଟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ସେ ୟୁକ୍ରେନ ମାମଲା ସଂପର୍କରେ ଆଲୋଚନା କରିଛନ୍ତି । ମୋଦିଙ୍କୁ ସେ ନିଜ ଷଡଯନ୍ତ୍ରର ବଳୟରେ ପକାଇବାଲାଗି  ଟ୍ରମ୍ପଙ୍କ ଯୋଜନାରେ ରହିଥିବା ଅନେକ ଅଭିଯୋଗ କରୁଛନ୍ତି । କାରଣ ବିଗତ ଦିନମାନଙ୍କରେ ଭାରତ ବିରୋଧରେ ସେ ଅନେକ ଅଭିଯୋଗ ଆଣିଛନ୍ତି  । ଏପରିକି  ରୁଷିଆର ତୈଳ କ୍ରୟକରି ୟୁକ୍ରେନରେ ଯୁଦ୍ଧ ବା ରକ୍ତପାତ କରିବାକୁ ଭାରତ ଅର୍ଥଯୋଗାଣ ଜାରି ରହିଥିବାର କହିସାରିଛନ୍ତି । ଏପରି ଜଣେ ନେତା ଯିଏ ପୁତ୍ତଳିକା ସଦୃଶ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ହାତବାରିସି ହୋଇ ସଖୀ କଣ୍ଢେଇ ପରି ନାଚି ଆସୁଛନ୍ତି, ତାଙ୍କ ମୁହଁରେ ଭାରତ ସହ ଶାନ୍ତି ପାଇଁ ଆଲୋଚନା ସନେ୍ଦହ ସୃଷ୍ଟି କରେ । କାରଣ ସେ ଆମେରିକାର ରାଷ୍ଟ୍ରପତିଙ୍କୁ ସବୁଠୁ ଅଧିକ ଶ୍ରଦ୍ଧା କରି ନିଜ ଲୋକଙ୍କ ପାଇଁ ଧ୍ୱଂସର ସଇତାନ ପାଲଟିଛନ୍ତି । ତାଙ୍କ ଦେଶରେ ଯେଉଁ ଯୁଦ୍ଧ ଜାରିରହିଛି ସେ ସବୁର ପରି·ଳନା ନାଟୋ ବାହିନୀ ଏବଂ ସେମାନଙ୍କ ଦ୍ୱାରା ନିଯୁକ୍ତ ସୁରକ୍ଷା ଠିକାଦାରମାନେ ଚଳାଇ ଆସୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପ୍ରଶିକ୍ଷିତ ପୂର୍ବତନ ସେନାଧିକାରୀ କିମ୍ବା ଯବାନ । ଏପରିକି ଡ୍ରୋନ ଆକ୍ରମଣ ମଧ୍ୟ ବିଦେଶୀ କମ୍ପାନୀମାନଙ୍କ ଦ୍ୱାରା ନିଯୁକ୍ତ ଠିକାଦାରମାନେ କରୁଛନ୍ତି । ଏକଥା ସତ ଯେ ୟୁକ୍ରେନର ଯୁଦ୍ଧଭୂମିରେ ପ୍ରକୃତରେ ଆମେରିକା ଏବଂ ତା’ର ସହଯୋଗୀ ୩୦ଦେଶର ନାଟୋ ବାହିନୀଙ୍କ ଅର୍ଥ ଓ ଅସ୍ତ୍ରଶସ୍ତ୍ରର ସଜ୍ଜିତ ଠିକାଦାରଙ୍କ ସେନା ସହ ୟୁକ୍ରେନ ବାହିନୀର ମିଳିତ ମେଣ୍ଟ ଲଢୁଛି । ଅନ୍ୟପଟେ ରୁଷିଆ- ଉତ୍ତର କୋରିଆର ଯବାନମାନେ ରୁଷିଆର ମେଣ୍ଟ ପକ୍ଷରୁ ଲଢୁଛନ୍ତି  । ଚୀନ ଓ ଭାରତ ବିରୋଧରେ ଜେଲେନସ୍କି ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ରୁଷକୁ ସହଯୋଗ କରିବା ଅଭିଯୋଗ କରିଆସୁଛନ୍ତି । କିନ୍ତୁ ଭାରତ ଓ ଚୀନ ଯାହା ରୁଷିଆ ସହ ବ୍ୟାବସାୟିକ ସଂପର୍କକୁ ସୁଦୃଢ ରଖିଆସିଛନ୍ତି । କିନ୍ତୁ ନାଟୋ ବାହିନୀ ପରି ଯେଉଁଦିନ ଏହି ଦୁଇଦେଶ ରୁଷିଆକୁ ଖୋଲାଖୋଲି ଅସ୍ତ୍ରଯୋଗାଣ କରିବାକୁ ଘୋଷଣା କରିବେ, ଯୁଦ୍ଧଭୂମିରେ ସହଯୋଗ ଦେବାକଥା କହିବେ, ସେହିଦିନ ସବୁକିଛି ବଦଳିଯିବ,ଟ୍ରମ୍ପ ଜେଲେନସ୍କିଙ୍କ ହୋସ୍ ଉଡିଯିବ । 
ଦେଖିବାକୁ ଗଲେ ୟୁରୋପର ଅନେକ ରାଷ୍ଟ୍ର ୟୁକ୍ରେନକୁ କେନ୍ଦ୍ରକରି ରୁଷିଆ ସହ ନିଜର ସଂପର୍କକୁ ସବୁଦିନ ପାଇଁ ଖରାପ କରିବାକୁ ·ହୁଁନାହାନ୍ତି । କେତେକ ସିଧାସଳଖ ଜୋରଦାର ଯୁଦ୍ଧ କଥା କହୁଥିଲାବେଳେ କେତେକ ବୁଝିବି·ରୀ କାର୍ଯ୍ୟ କରିବା ସପକ୍ଷରେ ରହିଛନ୍ତି । ନିକଟରେ ଡାନୁ୍ୟବ ନଦୀର ମୁହାଣରେ ସାମୁଦ୍ରିକ ଡ୍ରୋନ ଦ୍ୱାରା ୟୁକ୍ରେନର ଲାଗୁନା ଶ୍ରେଣୀର ନୋ÷÷ବାହିନୀର ଯୁଦ୍ଧପୋତକୁ ରୁଷୀୟ ନୋ÷÷ସେନା ଧ୍ୱଂସ କରିବା ଘଟଣା କେବଳ ୟୁକ୍ରେନ କାହିଁକି ୟୁରୋପର ଅନ୍ୟ ରାଷ୍ଟ୍ରଗୁଡିକୁ ମଧ୍ୟ ଚକିତ କରିଛି । ରୁଷିଆର ଏହି ନୂତନ ରଣକୋ÷÷ଶଳ ସାମୁଦ୍ରିକ ଯୁଦ୍ଧର ଚିତ୍ର ବଦଳାଇ ଦେଇଛି । ଆକ୍ରମଣରେ ଧ୍ୱଂସ ପାଇଥିବା ୟୁକ୍ରେନର ଯୁଦ୍ଧପୋତ ସିମ୍ପେରେ ପୋଲ ୨୦୨୧ରେ ନୋ÷÷ସେନାରେ କାର୍ଯ୍ୟଆରମ୍ଭ କରିଥିଲା । ଏଥିରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା, ରାଡାର ୩୦ମିମି ଏକେ-୩୦୬ ଆର୍ଟିଲାରୀ ଗନ୍ ଥିବା ସତ୍ତ୍ୱେ ୨୦୧୪ପରେ ନିର୍ମିତ ସବୁଠୁ ବଡ ୟୁକ୍ରେନର ଏହି ଯୁଦ୍ଧପୋତ ଧ୍ୱଂସ ହେବା ସମସ୍ତଙ୍କୁ ଚକିତ କରିଛି । ରୁଷିଆ ଏ ସଂପର୍କରେ ଅଧିକ କିଛି ପ୍ରକାଶ କରି ନଥିଲେ ହେଁ ୧୩୦ କିମି ଦୂରରେ ଥିବା ଅଧିକୃତ ଦ୍ୱୀପ କ୍ରିମିଆ କିମ୍ବା କୋ÷÷ଣସି ରୁଷିଆର ଯୁଦ୍ଧପୋତରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଫ୍ରାନ୍ସ, ସ୍ଲୋଭେନିଆ, ବ୍ରିଟେନ, ଗ୍ରୀସ, ଡେନମାର୍କ ଏହାକୁ ଜାତିସଂଘରେ ଉଠାଇବେ ବୋଲି କହିଛନ୍ତି । ୧୪ଟି ୟୁରୋପୀୟ ରାଷ୍ଟ୍ରରେ ସର୍ବେକ୍ଷଣରୁ ଜଣାପଡିଛି ଯେ ଲୋକଙ୍କ ମତରେ ଏତେ ଲମ୍ବା ଯୁଦ୍ଧ ସତ୍ତ୍ୱେ ମଧ୍ୟ ରୁଷିଆର ଯୁଦ୍ଧ ଜାରି ରହିଥିବା ହେତୁ ବିଶେଷ କିଛି କ୍ଷତି ହେଲାପରି ଜଣାପଡୁନାହିଁ । ରୁଷିଆ ଅଧିକ ଲମ୍ବା ଯୁଦ୍ଧକୁ ଭିଡିବାର ସମ୍ଭାବନା ରହିଛି । ୟୁକ୍ରେନର ୬୯ପ୍ରତିଶତ ଲୋକେ ·ହୁଁଛନ୍ତି ଯେ ଅଧିକ ଅସ୍ତ୍ରଶସ୍ତ୍ର ଆସିଲେ ୟୁକ୍ରେନର ଯୁଦ୍ଧରେ ବିଜୟ ହେବ । କିନ୍ତୁ ୟୁରୋପର ଲୋକେ ରୁଷିଆର ଯୁଦ୍ଧ କ୍ଷମତା କଥା ଜାଣିଥିବା ହେତୁ ସେପରି କହିବାକୁ ·ହୁଁନାହାନ୍ତି ।  ଯୁଦ୍ଧର ଫଇସଲା ବେଳେ ୟୁକ୍ରେନକୁ ବାଦ୍ ଦେଇ ଆମେରିକା ଓ ରୁଷିଆ ନିଷ୍ପତ୍ତି ନେଇପାରନ୍ତି ବୋଲି ସଂଖ୍ୟାଧିକ ୟୁକ୍ରେନବାସୀ ମନେ କରୁଛନ୍ତି,ଯାହା ବିଗତ ଦିନରେ ସତ ହୋଇଛି । ୟୁରୋପର ଲୋକେ ରୁଷିଆ ଅଧିକାର କରିଥିବା ୟୁକ୍ରେନ ଅଞ୍ଚଳ ଛଡାଯିବା ସପକ୍ଷରେ ନାହାନ୍ତି । କିନ୍ତୁ ୟୁକ୍ରେନର ଅଧିକ ଲୋକେ ନିଜ ଦେଶର ସେନାବାହିନୀ ଓ ଦେଶର ସାର୍ବଭୋ÷÷ମତ୍ୱ ଉପରେ ଅଧିକ ଜୋର ଦେଉଥିବା ଜଣାପଡିଛି । ହେଲେ ନାଟୋ ମେଣ୍ଟରେ ୟୁକ୍ରେନ ସାମିଲ ହେବା ସପକ୍ଷରେ ଅନେକ ୟୁରୋପୀୟ ରାଷ୍ଟ୍ର ନାହାନ୍ତି । ଏଭଳି ବିଚିତ୍ର ସ୍ଥିତି ୟୁରୋପକୁ ବିଭାଜିତ ଅବସ୍ଥାରେ ରଖିଛି । ୟୁରୋପର ଅନେକ ରାଷ୍ଟ୍ରନେତା ମନେକରୁଛନ୍ତି ଯେ ସେମାନେ ୟୁକ୍ରେନ ମାମଲାରେ ଖୁବ୍ ବେଶି ଅସମ୍ମାନିତ ହେଲେଣି । ନିକଟରେ ଯେପରି ଆମେରିକାରେ ଏହି ନେତୃବୃନ୍ଦଙ୍କୁ ଧାଡିକରି ଟ୍ରମ୍ପଙ୍କ ସାକ୍ଷାତପାଇଁ ବସାଯାଇଥିଲା ତାହା ଆଦୋ÷÷ ଗ୍ରହଣୀୟ ନଥିଲା । ଏହାଛଡା ସୁରକ୍ଷାକୁ କେନ୍ଦ୍ରକରି ଅନେକ ରାଷ୍ଟ୍ର ନାଟୋରେ ସାମିଲ ଥିଲେ ମଧ୍ୟ ସେମାନେ ଟ୍ରମ୍ପଙ୍କ ନୀତିକୁ ଅନେକ ସମୟରେ ଗ୍ରହଣ କରିପାରୁନାହାନ୍ତି ।  ଟ୍ରମ୍ପଙ୍କର କାହା ଉପରେ ଭରସା ନାହିଁ । ସେ କୈøଣସି ମନ୍ତବ୍ୟ ଦେବାପୂର୍ବରୁ କାହା ସହ ଆଲୋଚନା କରନ୍ତି ନାହିଁ କିମ୍ବା ୟୁରୋପର ନେତୃମଣ୍ଡଳୀକୁ ଭରସାକୁ ନିଅନ୍ତି ନାହିଁ । ତେଣୁ ଆମେରିକାର ଏପ୍ରକାର ବଡଭାଇପଣିଆକୁ ମଧ୍ୟ ଅନେକ ରାଷ୍ଟ୍ର ସ୍ୱୀକାର କରୁନାହାନ୍ତି । ଏକଥା ମଧ୍ୟ ସତ ଯେ ଭାରତର ନରେନ୍ଦ୍ର ମୋଦିଙ୍କ ପରି ସେମାନେ ବାରମ୍ବାର ଟ୍ରମ୍ପଙ୍କ ଫୋନ୍କୁ ଏଡାଇବାକୁ ସାହସ ଦେଖାଇପାରିବେ ନାହିଁ । ଟ୍ରମ୍ପଙ୍କୁ ସାଧାରଣରେ ମହାମିଛୁଆ ବୋଲି ସାବ୍ୟସ୍ତ କରିପାରିବେ ନାହିଁ, ନିଜ ଅର୍ଥନୀତି, ନିଜ ସରକାର, ନିଜ ଜନତାଙ୍କ ସମସ୍ୟାରେ ଥିବା କୋରୋନା ପରକାଳର ୟୁରୋପ ପାଇଁ ୟୁ୍କ୍ରେନ ବୋଝ ଏବେ ଅସୁବିଧା ସୃଷ୍ଟି କରିଛି । ଆମେରିକାର ·ପରେ ନାଟୋର କଥାରେ ସେମାନେ ରୁଷିଆକୁ ବିରୋଧ କରିବାକୁ ଯାଇ ଅଧିକ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ଯେଉଁଥିପାଇଁ ସେମାନେ ଏଥିରୁ ମୁକୁଳିବାକୁ ·ହୁଁଛନ୍ତି । ଜର୍ମାନୀର ·ନସେଲର ହୁଅନ୍ତୁ ଅଥବା ଫ୍ରାନ୍ସର ରାଷ୍ଟ୍ରପତି ଏମାନଙ୍କ ବର୍ତ୍ତମାନର ବକ୍ତବ୍ୟରୁ ଏବଂ ଆଭିମୁଖ୍ୟରୁ ଏସବୁ ପ୍ରମାଣ ମିଳୁଛି । ୟୁରୋପର ବିଭାଜିତ ମତ ଆଗାମୀ ଦିନରେ ନାଟୋ ମେଣ୍ଟକୁ ୟୁରୋପରେ ଦୁର୍ବଳ କରିବାର ସମ୍ଭାବନା ଅଧିକ ରହିଛି । 
ଭାରତୀୟ ସମ୍ବାଦ ସେବା (ଭାସ)
ଭୁବନେଶ୍ୱର-୭୫୧୦୦୩