ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ୪ବର୍ଗରେ ନିର୍ମଳା କନଭେଣ୍ଟ୍ ସ୍କୁଲ ଚାମ୍ପିଅନ୍
କେନ୍ଦୁଝର : କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲରେ ଅଲ ଓଡିଶା ଆଇସିଏସ୍ଇ ତରଫରୁ ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ମେରିଏଟ ସ୍ୱାଗତ ଭାଷଣ ଦେବା ସହ ଖେଳର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ବାଲେଶ୍ୱର ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ,ଚଭଦ୍ରକ କାରମେଲ ସ୍କୁଲ, ଯୋଡା ସ୍ଥିତ ସେ ଟେରେସା ସ୍କୁଲ, ବଡବିଲ ସ୍ଥିତ ସେଣ୍ଟ ମେରୀ ସ୍କୁଲ ଏବଂ କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅଣ୍ଡର-୧୯, ଅଣ୍ଡର-୧୭ ଏବଂ ଅଣ୍ଡର ୧୪ ଏହି ପରି ୩ଟି ବିଭାଗରେ ୨୫୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଣ୍ଡର-୧୯ ବରିଷ୍ଠ ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚାମ୍ପିଅନ ହୋଇଥିବା ବେଳେ ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ ହୋଇଥିଲା । ସେହିପରି ଅଣ୍ଡର-୧୭ ବର୍ଗର ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚାମ୍ପିଅନ ହୋଇଥିଲା ଓ ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ । ଅଣ୍ଡର-୧୭ ବାଳିକା ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚାମ୍ପିଅନ ଓ ସେଣ୍ଟଣ୍ଟମେରୀ ସ୍କୁଲ ବଡବିଲ ରନର୍ସଅପ ଓ ଅଣ୍ଡର-୧୪ ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚାମ୍ପିଅନ ଓ ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ ହୋଇଛି । ଅଣ୍ଡର-୧୪ ବାଳିକା ବିଭାଗରେ ସେଣ୍ଟ ମେରୀ ସ୍କୁଲ ବଡବିଲ ଚାମ୍ପିଅନ ହୋଇଥିଲା ବେଳେ ସେଣ୍ଟ୍ ଟେରେସା ସ୍କୁଲ ଯୋଡା ରନର୍ସଅପ ହୋଇଥିଲା । ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ମେରିଏଟ, ଭାଇସ ପ୍ରିନ୍ସିପାଲ ସିଷ୍ଟର ଟେସିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳ ସମାପନ ହୋଇଥିଲା । ଖେଳ ପରିଚାଳନରେ ନିର୍ମଳା କନଭେଣ୍ଟ ସ୍କୁଲର ଖେଳ ଶିକ୍ଷକଙ୍କ ସମେତ ବରିଷ୍ଠ ରେଫରୀମାନଙ୍କ ଦ୍ୱାରା ଖେଳ ପରିଚାଳନା ହୋଇଥିଲା । ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ଚଳିତ ମାସ ୨୫ତାରିଖରେ କେନ୍ଦୁଝର ନିର୍ମଳା କନଭେଣ୍ଟ୍ ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ରିଜିଓନାଲ ଖୋ-ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।