ସିଦ୍ଧମଠରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ

 କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ସିଦ୍ଧମଠ ଠାରେ ବିରାଜମାନ କରିଥିବା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ଗୁରୁବାର ଦିନ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଯାଇଛି  । ୨୦୧୫ମସିହାରେ ଏହି ସିଦ୍ଧ ଜଗନ୍ନଥଙ୍କ ବିଗ୍ରହ ପରିବର୍ତ୍ତନ ହେବା ପରଠାରୁ ଏଠାରେ ଏହି ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି  । ପାରମ୍ପାରିକ ରୀତିନୀତିକୁ ଅନୁସୃତ କରି ଏହି ବ୍ୟଞ୍ଜନ ଦ୍ୱାଦଶୀରେ ୧୦୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା  । ଏଥିରେ ପଂଚାମୃତ, ଭଜା ଖିଚିଡି, ଧଳା ଖିଚିଡି, ମୁଦା ଖିଚୁଡି, ମାଳେଇ ଖିଚୁଡି, କାନିକା, ପଲଉ, ଅରୁଆ ଅନ୍ନ, ଘିଅ ଅନ୍ନ, ଗୁଡ ଅନ୍ନ, ସାଧା ଅନ୍ନ, ପୁର ଦିଆ କାକରା, ଖୁଲା କାକରା, ଏଣ୍ଡୁରୀ, ଆରିଷା ପିଠା, ମୁଗ ଡାଲି, ବୁଟ ଡାଲି, ବିରି ଡାଲି, ହରଡ ଡାଲି, ଓଉ ଖଟା, ଆମ୍ୁଲ ଖଟା, ସାରୁ ମାଗୁରା ଖଟା, ସାକର, ରୋଚକ, ଦହି, ସାଧାଦହି, ମନୋହର, ଜିଲାପି, ରସଗୋଲା, ଖିରି, ମଣ୍ଡା, କାକରା, ଲଡୁ, ତାଟ, କଖାରୁ ବଡି, ବୋଇତାଳୁ ବଡି, ଫୁଲ ବଡି, ନାଡି ବଡି, ମସଲା ବଡି, ନଡିଆ, କଦଳୀ, ସେଓ, କୋଳି, କମଳା ବିଭିନ୍ନ ଫଳ ଆଦି ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଲାଗି ହୋଇଥିଲା  ।  ବୟୋଜ୍ୟଷ୍ଠ ବ୍ୟକ୍ତି ତଥା ଶ୍ରୀ ଶ୍ରୀ ବଳବେଜୀଉଙ୍କ ପହଣ୍ଡିଆ ସେବକ ସଂଘ ସଭାପତି ମଧୁସୂଦନ ମିଶ୍ର, ରଞ୍ଜନ ତି୍ରପାଠୀ, ସଚ୍ଚିଦାନନ୍ଦ ମହାପାତ୍ର, ଆନନ୍ଦ ଖଣ୍ଡେଇ, ଦେବୀପ୍ରସାଦ ରଥ, ସୁରେନ୍ଦ୍ର ଦାଶ, ଜ୍ୟୋତିରଂଜନ ଦାଶ, ଚନ୍ଦ୍ର୍ରଶେଖର ମିଶ୍ର ପ୍ରମୁଖଙ୍କ ଉଦ୍ୟମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଥିବାବେଳେ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ  । ମନ୍ଦିର ବ୍ରାହ୍ମଣ ସେବକ ହରିହର ପାଢୀ, ଜିତେନ୍ଦ୍ର ପାଢୀ, ସଂଜୟ କୁମାର ତ୍ରୀପାଠୀ, ସୁଜିତ୍ କୁମାର ଦାଶ ଓ ପହଣ୍ଡିଆ ସେବକ ମାନେ ପୂଜା ପଦ୍ଧତି ସଂପାଦନ କରିଥିଲେ  ।  ୧୦୦ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଗୁରୁବାର ଅପରାହ୍ନ ୧ଟା ୩୦ମିନିଟ୍ ସମୟରେ ଲାଗି କରାଯାଇଥିଲା  । ବିଭିନ୍ନ ଅଂଚଳରୁ ଆସିଥିବା ଶହ ଶହ ଭକ୍ତଙ୍କ ସମେତ ଏହି ପ୍ରସାଦ ଗ୍ରହଣ କରିଥିଲେ  ।