ଜ୍ୟୋତିଲାଲ ହେଲେ ସତନାମି ସମାଜ ରାଜ୍ୟ ସଭାପତି

ନୂଆପଡା: ଓଡିଶା ରାଜ୍ୟ ସ୍ତରୀୟ ସତନାମି ସମାଜର ନୂତନ କାର୍ଯ୍ୟକର୍ତ୍ତା ଚୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ଓଡିଶା ସତନାମି ସମାଜର କର୍ମକର୍ତ୍ତା ମାନଙ୍କ ଚୟନ ବେଲେଟ୍ ପେପର ଦ୍ୱାରା ଭୋଟିଂ ପ୍ରକ୍ରିୟାରେ ହୋଇଅଛି । ପରିଚାଳନା ଓ ଇଲେକ୍ସନ ଅଫିସର ଭାବରେ ଅଧ୍ୟାପକ ତଥା ପୂର୍ବତନ କଳାହାଣ୍ଡି ସଭାପତି ଜୟଧର ସତନାମି ଦାୟିତ୍ତ୍ୱ ତୁଲାଇଥିଲେ । ଏହି ସମାରୋହରେ ଓଡିଶା ରାଜ୍ୟର ବିଭିନ୍ନ ଜିଲାରୁ ସମାଜର ମୂଖ୍ୟ ପଦାଧିକାରୀଗଣ, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀ, ସାଧୁସନ୍ଥ ବହୁ ସଂଖ୍ୟକ ଯୋଗଦାନ କରିଥିଲେ । ପ୍ରଥମ ଅଧିବେଶନରେ ବାବାଗୁରୁ ଘାସିଦାସଙ୍କ ଫଟୋ ଚିତ୍ରରେ ଆରତି ମଙ୍ଗଳ ପନ୍ଥି ଗାନ କରି ପ୍ରାରମ୍ଭ ହୋଇଥିଲା । ସଭାପତିଙ୍କ ଭାଷଣ ପରେ ସମସ୍ତ ପଦାଧିକାରୀଙ୍କ ସମୂହ ଇସ୍ତଫା ପତ୍ର କୂଳପତିଙ୍କୁ  ପ୍ରଦାନ କରିଥିଲେ  । ଦ୍ୱିତୀୟ ଅଧିବେଶନ ଜୟଧର ସତନାମିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ପାଇଁ ଖଡିଆଳ ନିବାସି ଜ୍ୟୋତିଲାଲ ବଞ୍ଜାରେ ଓ ଉମରକୋଟ ନିବାସି ଚୁନ୍ନିଲାଲ ମିର୍ଝାଙ୍କ ନାମ ଆସିଥିଲା । ଦୁଇ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ଭୋଟଦାନ ପ୍ରାରମ୍ଭ ହୋଇଥିଲା । ସମାଜରେ ଭୋଟ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ସମସ୍ତଙ୍କ ମନରେ ଉସôାହ ଦେଖିବାକୁ ମିଳିଥିଲା । ଏଥିରେ ଶ୍ରୀବଞ୍ଜାରେଙ୍କୁ  ବିଜୟୀ ହୋଇଥିଲେ । ଶ୍ରୀମିର୍ଝାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ହରିରାମ ଆଡିଲ, ସମ୍ପାଦକ ମିନିକେତନ ଢିଢି, ସହ ସମ୍ପାଦକ ଗୋପାଳ ଢିଢି, କୋଷାଧ୍ୟକ୍ଷ ମାର୍କଣ୍ଡ ସତନାମି ଓ ମିଡ଼ିଆ ପ୍ରଭାରୀ ଭାବରେ ଲୋକେଶ ଘୃତଲହରେ ମନୋନୀତ ହୋଇଥିଲେ । ସେହିପରି ପ୍ରତ୍ୟେକ ଜିଲାର ସଭାପତି ଓ ସମ୍ପାଦକ ମାନଙ୍କୁ ସମିତିର ସଦସ୍ୟ ଓ ପୂର୍ବତନ କର୍ମକର୍ତାଙ୍କ ମଧ୍ୟରୁ ଜୟଧର ସତନାମି, ଜଗନ୍ନାଥ ସତନାମି, ଗଣେଶ ସତନାମି, ଧରମ ସାଗର ବଞ୍ଜାରେ, ଶତୃଘ୍ନ ସତନାମି, ଜୟରାମ ସତନାମି ଓ ଗଡତୋର ନିବାସି ଧନରାଜ ସତନାମିଙ୍କୁ  ସମିତିର ଉପଦେଷ୍ଟା ଓ ଗଣେଶୁ ପହରେ, ହୀରାମନ ବଘେଲଙ୍କୁ ପୂର୍ବବର୍ତି ଭାବେ ରାଜମହନ୍ତ ଓ ରାଜ ଭଣ୍ଡାରୀର ଦାୟିତ୍ୱ ପ୍ରଦାନ କରାଗଲା । ପରିଶେଷରେ ନବ ନିର୍ବାଚିତ ପଦାଧିକାରୀଙ୍କ ଦ୍ୱାରା ପୁନଶ୍ଚ କ୍ଷେତ୍ରମୋହନ ପୁରେନାଜୀଙ୍କୁ ସମିତିର କୂଳପତି ଆସନରେ ଅଳଙ୍କୃତ କରାଗଲା । ନିର୍ବାଚନ ଅଧିକାରୀଙ୍କ ଦ୍ୱାରା  ଶପଥ ପାଠ କରି ସଭା ସାଙ୍ଗ କରାଗଲା । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ବଞ୍ଜାରେଙ୍କୁ ଖଡିଆଳ ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା ।