ଜିଲ୍ଲାପାଳଙ୍କୁ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର
ଯାଜପୁର ଟାଉନ : ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବୁଧବାର ଦିନ ତିନି ଦଫା ଦାବୀ ନେଇ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଅନୁସାରେ ଛଟେଇ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଅନ୍ୟକୌଣସି କର୍ମଚାରୀଙ୍କୁ ଛଟେଇ ନକରିବା ଓ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସରକାରୀ ଭାବେ ସ୍ଥାୟୀ କରିବା ଆଦି ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘପକ୍ଷରୁ ଚଳିତ ମାସ ୧୭ ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଯଦି ସଂଘର ଦାବୀକୁ ରାଜ୍ୟସରକାର କର୍ଣ୍ଣପାତ ନକରନ୍ତି ତେବେ ଚଳିତ ମାସ୨୪ତାରିଖ ଦିନ ସାରା ରାଜ୍ୟର ଆଉଟ୍ସୋର୍ସିଂ କର୍ମଚାରୀ ଭୁବନେଶ୍ୱର ପିଏମଜି ଠାରେ ଏକତି୍ରତ ହୋଇ ଧାରଣା ଓ ବିଭୋଗ ପ୍ରଦର୍ଶନ କରିବେ ବୋଲି ମହାସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।