ବାଲିପଦରରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଉସôବର ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରା ଯାଉଛି । ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଉସôବ ଦଶ ଦିନ ବ୍ୟାପି ଚାଲିବାକୁ ଥିବାରୁ ବାଲିପଦର ଅଞ୍ଚଳ ଏବେ ଉସôବ ମୁଖର ହୋଇ ପଡିଛି ।
ପ୍ରତେକ ଦିନ ମାଣ ପୂଜା, ଷୋଡଶ ଉପଚାର ପୂଜା, ହୋମ, ଆଳତି ଆଦି ବିଧି ପୂର୍ବକ ଅନୁଷ୍ଠିତ ହେଉଛି । କର୍ତ୍ତା ଭାବେ ତ୍ରିଲୋଚନ ସାସମଲ ଓ ପୁରୋହିତ ଭାବେ ପଣ୍ଡିତ ଜଗନ୍ନାଥ ଶତପଥୀ, ପ୍ରଦୁ୍ୟମ୍ନ ଖାଡ଼ଙ୍ଗା ଓ ସରୋଜ କାନ୍ତ ତ୍ରିପାଠୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୂଜା କମିଟି ସଭାପତି ନାରାୟଣ ସାମନ୍ତରା, ସମ୍ପାଦକ ଉମାଶଙ୍କର ନାୟକ ଓ କୋଷାଧକ୍ଷ ଇ.ଶଙ୍କର ରାଓ ପ୍ରମୁଖ ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଉସôବକୁ ପରିଚାଳନା କରୁଥିବା ବେଳେ ଅନ୍ୟ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରୁଛନ୍ତି ।