ବିପଦରେ ଦ୍ୱାଦଶ ଶତାଦ୍ଦୀର ଶୈବ ମନ୍ଦିର
ବାଣପୁରରୁ ନୃସିିଂହ ପ୍ରସାଦ ମିଶ୍ର
ବିପଦରେ ଦ୍ୱାଦଶ ଶତାଦ୍ଦୀର ବହୁ କାରୁକାର୍ଯ୍ୟ ବିମଣ୍ଡିତ ପରମ ଆରାଧ୍ୟ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର । ଐତିହାସିକ ତଥ୍ୟାନୁଯାୟୀ ଏହି ମନ୍ଦିର କଳିଙ୍ଗ ସମ୍ରାଟ ବସୁକଳ୍ପ ଉଦ୍ୟତ କେଶରୀ ଦେବ ନିର୍ମାଣ କରିଥିଲେ । କଳିଙ୍ଗ ସମ୍ରାଟ ଦାକ୍ଷିଣାତ୍ୟ ବିଜୟ କରିବାକୁ ଯାଇଥିବା ବେଳେ ତତକାଳୀନ ବାଣପୁର ରାଜା ସମ୍ରାଟକୁ ସାହାଯ୍ୟ କରିଥିଲୋ ସମ୍ରାଟ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ବେଳେ ମାଧବ ବର୍ମାଙ୍କ ଅନୁରୋଧ କ୍ରମେ ତାର ଆତିଥ୍ୟ ସ୍ୱକାର କରି ବାଣପୁରରେ କିଛି ଦିନ ଅବସ୍ଥାନ କରିଥିଲେ । ସେତେବେଳେ ମାଧବ ବର୍ମାଙ୍କ ପାଟ ମହାଦେବୀ ସମ୍ରାଟଙ୍କୁ ବାଣପୁରରେ ଏକ ଶୈବ ମନ୍ଦିର ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ଫଳରେ ସମ୍ରାଟ ଏହି ଭବ୍ୟ ମନ୍ଦିର ନିର୍ମାଣ କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମହାଦେବଙ୍କୁ ସ୍ଥାପନ କରି ପ୍ରତିଷ୍ଠା କରିବା ସହ ସେବା ପୂଜା ପାଇଁ ପ୍ରଚୁର ଜମିବାଡି ଖଞ୍ଜିବା ସହ ଛତିଶା ନିଯୋଗ ସେବକ ନିଯୁକ୍ତ କରିଥିଲେ । ଏହି ମନ୍ଦିର ର୍ନିମାଣ କାଳରେ ସମ୍ରାଟ ରମେଇ ହରିଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କୁ ତଦାରଖ କରିବା ପାଇଁ ପଠାଇଥିଲେ । କିଛିଦିନ ପରେ ମାଧବ ବର୍ମନଙ୍କ ମୃତୁ୍ୟ ପରେ କଳିଙ୍ଗ ସମ୍ରାଟ ରମେଇଙ୍କୁ ବାଣପୁରର ରାଜା ଭାବରେ ଘୋଷଣା କରିଥିଲେୟସେହିଦିନ ଠାରୁ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମନ୍ଦିର ସହ ଦକ୍ଷେଶ୍ୱର ମନ୍ଦିର ବାଣପୁର ରାଜାଙ୍କ ଦ୍ୱାରା ପରି·ଳିତ ହେଉଥିଲାୟମା ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ଏହି ମନ୍ଦିରରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଏଠାରେ ବିରାଜମାନ କରି ଆସୁଛନ୍ତି । ବିଭିନ୍ନ ଯାନି ଯାତ୍ରା ଓ ପର୍ବ ପର୍ବାଣୀରେ କାଠି ଠାକୁରାଣୀ ଏହି ମନ୍ଦିରରୁ ବାହାରକୁ ଯାଇଥାନ୍ତି । ରାଜା ରାଜୁଡାଙ୍କ ଶାସନ ପରେ ବର୍ତ୍ତମାନ ଏହାର ପରି·ଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଦ୍ୱାରା ଏକ ନିର୍ବାଚିତ ଟ୍ରଷ୍ଟ ବୋର୍ଡ ତୁଲାଇ ଆସୁଛନ୍ତି । ଭୁବନେଶ୍ୱରର ରାଜା ରାଣୀ ମନ୍ଦିର ଶୈଳୀରେ ବିଶୁଦ୍ଧ ବଉଳ ମାଳିଆ ପଥରରେ ଅତୀବ କାରୁକାର୍ଯ୍ୟ ବିମଣ୍ଡିତ ଏହି ମନ୍ଦିର ଅତୀବ ପୁରାତନ ତଥା ଐତିହ ବିମଣ୍ଡିତ ଯୋଗୁ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଜାତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ ଉପରେ ନ୍ୟସ୍ତ ରହିଛି । ଏହି ସଂସ୍ଥା କିଛି ବର୍ଷ ତଳେ ମନ୍ଦିର କେତେକ ଭଙ୍ଗା ଅଂଶକୁ ମରାମତି କରିବା ପରେ ଶିଥିଳ ହୋଇ ପଡିଛି । ବର୍ତ୍ତମାନ ମନ୍ଦିରର ଶୀର୍ଷ ଦେଶରେ ଯୋଡେଇ ପଥର ମଧ୍ୟରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ଫଳରେ କାଠି ଠାକୁରାଣୀଙ୍କ ସମେତ ସିଂହାସନରେ ବିଜେ କରିଥିବା ବହୁ ପୂରାତନ ଅଷ୍ଟ ଧାତୁ ନିର୍ମିତ ଦକ୍ଷେଶ୍ୱରଦେବଙ୍କ ଚଳନ୍ତି ପ୍ରତିମାଙ୍କ ସହ ଚନ୍ଦ୍ର ଶେଖର ଦେବ ଗୋପୀନାଥ ଦେବ କଳିଯୁଗେଶ୍ୱର ଦେବ କନକ ଦୁର୍ଗା ଗୁରୁଣ୍ଡି ଗୋପାଳ ମୂର୍ତ୍ତି ବର୍ଷା ପାଣିରେ ଭିଜୁଛନ୍ତି । ଶ୍ରୀଶ୍ରୀ ଦକ୍ଷେଶ୍ୱର ଦେବଙ୍କ ଗମ୍ଭୀରେ ପାଣି ଜମା ହେବା ଫଳରେ ସେବା ପୂଜାରେ ବ୍ୟାଘାତ ଘଟୁଥିବା ସଂପୃକ୍ତ ସେବକ ମାନେ ଅଭିଯୋଗ କରୁଛନ୍ତି । ଏହାର ମରାମତି ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ବହୁବାର ପ୍ରତ୍ନ ତତ୍ତ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ବାରମ୍ବାର ଅନୁରୋଧ କରିଆସୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଖାମ ଖିଆଲି ନୀତି ଯୋଗୁ ମନ୍ଦିର ଦୁର୍ବଳ ହେବା ସହ ବିପଦ ଘନେଇ ଆସୁଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ମନ୍ଦିର ମରାମତି ପାଇଁ ଯଥା ଶୀର୍ଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହି ପୂରାତନ କିର୍ତ୍ତୀ ରାଜି ନଷ୍ଟ ହୋଇଯିବାର ବିଶେଷ ସମ୍ଭାବନା ରହିଛି । ଏହା ମନ୍ଦିର ସଂଲଗ୍ନ କୁଣ୍ଡ ପୋଖରୀ ଅଳିଆ ଆବର୍ଜନରେ ପୁତ୍ତି ଗନ୍ଧମୟ ପରିବେଷ ସୃଷ୍ଟି କରୁଛି । ଫଳରେ ଏହି କାରୁକାର୍ଯ୍ୟ ସଂପର୍ଣ୍ଣ ମନ୍ଦିର ତଥା ଦେବ ଦେବ ମହାଦେବ ଦକ୍ଷେଶ୍ୱର ଓ ମା ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ତଥା ଭକ୍ତଙ୍କ ମନରେ ଗଭୀର ଅସନ୍ତୋଷ ଦେଖା ଦେଉଛି । ଯଥାଶୀଘ୍ର ମନ୍ଦିର ମରାମତି ପାଇଁ ସାଧାରଣରେ ଦାବି ହେଉଛି ।