କାଉଡିଆ ସଂଘ ପକ୍ଷରୁ ଭଜନ ସମାରୋହ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଲତଳ ବେଲେଶ୍ୱର କାଉଡିଆ ସଂଘ ପକ୍ଷରୁ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଭଜନ ସମାରୋହକୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କାଉନସିଲର ଗୋପୀବଲ୍ଲଭ ନାୟକ, ଯୁବନେତା ମିଟୁ ମନୋଜ ନାୟକ, ସମାଜସେବୀ ଉମାବଲ୍ଲଭ ନାୟକ, କବି ଗୌରାଙ୍ଗ ମହାନ୍ତି, ବିଭୁତି ଭୂଷଣ ଦାଶ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । କାଉନସିଲର ଗୋପୀବଲ୍ଲଭ ନାୟକ ଆଇଆଇସିଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଆଇଆଇସି ଶ୍ରୀମତୀ ପାତ୍ର ବିଶିଷ୍ଟ ସଂଗୀତଜ୍ଞ ଶ୍ରୀଚରଣ ମହାନ୍ତି, ଅନିଲ ବାଉରା, ସୁଜାତା ରଥ, କାଉନସିଲର ଗୋପୀବଲ୍ଲଭ ନାୟକ, ଗୋପୀନାଥ ତ୍ରିପାଠୀ, ଉମାବଲ୍ଲଭ ନାୟକ ବିଭୁତି ଭୂଷଣ ତ୍ରିପାଠୀ, ମଳୟ ପରିଡା, ସୁଧାଂଶୁ ପଲାଇ,ଗୌରାଙ୍ଗ ମହାନ୍ତି, ଏସ ଆର ରତିକାନ୍ତ ନାୟକ, ଏ ଏସ ଆଇ ବିଜୟ ସାହୁ, ମିଟୁ ମନୋଜ ନାୟକ, ତୋଫାନ ନାୟକ ଏବଂ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।