ଟାଙ୍ଗରିପଡ଼ା ବିଦ୍ୟାଳୟର ବାର୍ଷିକୋତ୍ସବ

ନୂଆପଡା : ନୂଆପଡା ଜିଲ୍ଲା ବୋଡ଼େନବ୍ଲକର ଟାଙ୍ଗରିପଡା ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରଦୀପ କୁମାର କରଙ୍କର ଆହ୍ୱାନକ୍ରମେ ମୁଖ୍ୟଅତିଥି ଭାବେ ଏବିଇଓ ନେପାଳ ଚନ୍ଦ୍ର ଦେ, ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ବୈଷ୍ଣବ ଦୁରିଆ, ମଙ୍ଗଳସିଂ ମାଝୀ, ତିଲୋତ୍ତମା ନାଗ, ଭରତ ବେହେରା, ଶିକ୍ଷକ ହେମସାଗର ଚିନ୍ଦା, ପରମେଶ୍ୱର ଜଗତ, ଲିଙ୍ଗରାଜ ବେହେରା, ଛନ୍ଦା ଚରଣ ନିଆଲ ପ୍ରମୁଖ ମଞ୍ଚାସୀନ ଥାଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ବୈଷ୍ଣବ ଦୁରିଆ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।