ଯୁବକ ନିଖୋଜ
ବ୍ରହ୍ମବରଦା: ଏହି ଥାନା ଅଞ୍ଚଳର ଜଣେ ଯୁବକ ବୁଧବାରରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଖୋଜ ଯୁବକ ଅର୍ଥଙ୍ଗା ପଞ୍ଚାୟତ ତୋରଡ ଗ୍ରାମର ଭାସ୍କର ଜେନାଙ୍କ ୩୦ବର୍ଷୀୟ ପୁଅ ଚିତ୍ତରଞ୍ଜନ ଜେନା ହୋଇଥିବା ବେଳେ ଏନେଇ ନିଖୋଜ ଯୁବକଙ୍କ ମାଉମାମଣି ଜେନା ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ବ୍ରହ୍ମବରଦା ପୁଲିସ ଏମଏମ ଆର ନଂ ୬୦/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖବର ମତେ କବୁଲିଙ୍କର ଗତ ୩ ମାସ ପୂର୍ବରୁ କଟକର ସାଇ ଶୁଭମ ନାମକ ବେସରକାରୀ ମେଡିକାଲରେ ଏକ ଅସ୍ତ୍ରୋପଚାର ହୋଇଥିଲା । କାବୁଲି ଗତ ୧୮ ତାରିଖ ଉକ୍ତ ସାଇ ଶୁଭମ୍ ମେଡିକାଲକୁ ନିଜର ସ୍ୱାସ୍ଥ୍ୟବସ୍ତା ଯାଞ୍ଚ କରିବାକୁ ଯାଇଥିଲେ । କିନ୍ତୁ ସେଠାରୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କ ମୋବାଇଲକୁ କଲ କରିଥିଲେ । କିନ୍ତୁ ତାଙ୍କ ମୋବାଇଲ ସ୍ୱିଚ ଅଫଥିଲା । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଅନୁସନ୍ଧାନ ଜାରି ରଖିଥିବା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।