୫ ବର୍ଷର ଶିଶୁକନ୍ୟାକୁ କୁକର୍ମ : ଅଭିଯୁକ୍ତ କୋର୍ଟଚାଲାଣ
ଯାଜପୁର ଟାଉନ : ଜନୈକା ୫ ବର୍ଷର ଶିଶୁକନ୍ୟାକୁ କୁକର୍ମ ଅଭିଯୋଗରେ ଅଭିଯୁକ୍ତକୁ ଟାଉନ ପୁଲିସ କୋର୍ଟଚାଲାଣ କରିଛି । ଘଟଣା ସଂପର୍କରେ ଟାଉନ ଥାନା ପୁଲିସ ସୂଚନା ଦେଇ କହିଥିଲେ କି ଯାଜପୁର ଥାନା ଅଞ୍ଚଳର ଜନୈକା ୫ ବର୍ଷୀୟା ଶିଶୁକନ୍ୟାକୁ ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ମଳିକଙ୍କ ପୁଅ ଅଭିମନୁ୍ୟ (୨୬)ରବିବାର କୁକର୍ମ କରିଥିବା ଜଣାପଡ଼ିଛି । ଏନେଇ ଶିଶୁକନ୍ୟାର ପରିବାର ପକ୍ଷରୁ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ଲିଖିତ ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ କେଶ ନଂ.୩୫୭/୨୫, ଦଫା ୬୫(୨)/୨୯୬/୩(୫) ଭାରତୀୟ ନ୍ୟାୟ ସଂହିତା ଓ ୬ ପୋକ୍ସୋ ଧାରା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଅଭିମନୁ୍ୟକୁ ଗିରଫ କରିଥିଲା । ଅଭିଯୁକ୍ତକୁ ଡାକ୍ତରୀମାଇନା କରାଯାଇଥିବା ବେଳେ ସେ ଘଟଣା ସମୟରେ ସେ ବ୍ୟବହୃତ କରୁଥିବା ବାଇକକୁ ମଧ୍ୟ ପୁଲିିସ ଜବତ କରିଛି । ଏଠାରେ ସୂଚନା ଯୋଗ୍ୟ କଣ୍ଟାବଣିଆ ଗ୍ରାମର ଅଲେଖ ଯାଜପୁର ଥାନା ଅଞ୍ଚଳର ନାବାଳିକାର ଗ୍ରାମକୁ ତାଙ୍କ ବନ୍ଧୁ ଘରକୁ ଏକ ଶୁଦ୍ଧିକ୍ରିୟା କର୍ମରେ ଆସିଥିଲା । ରବିବାର ରାତି ୮ଘଟିକା ସମୟରେ ନାବାଳିିକା ଜଣକକୁ ମୋଟର ସାଇକେଲ ଯୋଗେ ଚକୋଲେଟ ଖାଇବା ବାହାନାରେ ବସାଇ ରାମବାଗ ଛକ ବଜାରକୁୁ ନେଇ ଯାଇଥିଲା । ସେଠାରେ ସେ ନାବାଳିକାକୁ କୁକର୍ମ କରି ଅଧା ରାସ୍ତାରେ ଛାଡ଼ି ପଳାଇ ଯାଇଥିଲା । ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଁଚି ସମସ୍ତ ଘଟଣା ବିଷୟରେ ଘର ଲୋକକୁ କହିବାରୁ ଯାଜପୁର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ବୋଲି ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ ଓ ଏସ୍ଆଇ ଅଜୟ କୁମାର ସାହୁ ସୂଚନା ଦେଇଥିଲେ ।