ଟାଟାପାୱାର ଶ୍ରମିକଙ୍କ ଦାବି ଉଠାଇଲା ଠିକାଶ୍ରମିକ ସଂଘ 

ବ୍ୟାସନଗର : ଟିପିଏନଓଡିଏଲରେ କାର୍ଯ୍ୟରତ ନେସ୍କୋ ଠିକା ଶ୍ରମିକ ସଂଘ ପକ୍ଷରୁ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ କର୍ମକର୍ତା ଶ୍ରମିକ ମାନଙ୍କର ୭ ଦଫା ସମ୍ବଳିତ ଦାବି ଅଧିକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ସେନାପତି ଓ ମାନବ ସମ୍ବଳ ବିଭାଗ ଅଧିକାରୀ ହରିହର ଦାସଙ୍କୁ ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ସହ ପରିଚୟପତ୍ର ଦେବା, ପିଏଫ ଓ ଇଏସଆଇ ବାଧ୍ୟତା ମୂଳକ କରିବା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ ନିମନ୍ତେ ତ୍ୱରିତ ପଦକ୍ଷେପ ପାଇଁ ଦାବି କରାଯାଇଛି । ସଂଘ ସାଧାରଣ ସମ୍ପାଦକ ରଞ୍ଜନ ଓଝା, କାର୍ଯ୍ୟକାରୀ ସଭାପତି ଚନ୍ଦନ ସାହୁ, କୋଷାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରମ ଆଇନକୁ କଡା କଡି କାର୍ଯ୍ୟ କରିବା ସହିତ କାର୍ଯ୍ୟରେ ନିୟୋଜିତ ସମସ୍ତ ଶ୍ରମିକଙ୍କୁ ଦରମା ସ୍ଲିପ ଓ ପଦପି ଉଲ୍ଲେଖ କରିବାକୁ ଦାବି କରଥିଲେ । ଏହାର ଏକକିତା ନକଲ ଶ୍ରମ ବିଭାଗକୁ ଦିଆଯାଇଛି ବୋଲି ଠିକା ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି ।