ନଦୀକୁ ଡେଇଁ ଯୁବକ ନିଖୋଜ

ନାଉଗାଁ : ନାଉଗାଁ ଥାନା ଅନ୍ତର୍ଗତ ଦେବିନଦୀର ଗାରୋଇ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବ୍ଳକର ନାଉଗାଁ ପଞ୍ଚାୟତ ନାଉଗାଁ ଗ୍ରାମର ଦେବାଶିଷ ପରିଜାଙ୍କ ଏକମାତ୍ର ୨୧ବର୍ଷର ପୁଅ ଆଶୁତୋଷ ପରିଜା (ରାଜା) ମଙ୍ଗଳବାର ସକାଳେ ଗାରୋଇ ନିକଟରେ ଦେବୀ ନଦୀକୁ ଡେଇଁ ପଡ଼ି ନଦୀରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସକାଳ ସମୟରେ ଯୁବକ ଜଣକ ନଦୀ ପାଖରେ ନିଜ ମଟରସାଇକେଲ ଓ ମୋବାଇଲ ରଖି ନଦୀକୁ ଡ଼େଇଁ ପଡ଼ିଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଗାରୋଇ ଫାଣ୍ଡିକୁ ଖବର ଦେବାପରେ ନାଉଗାଁ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣା ସ୍ଥଳରେ ପହଁଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକ ଜଣଙ୍କର କୌଣଷି ପତ୍ତା ମିଳିନଥିଲା  । ଅନ୍ୟପଟେ ଜଗତସିଂହପୁର ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଦିନ ତମାମ ଖୋଜାଖୋଜି ଜାରି ରଖିଛି  । ତେବେ ଯୁବକ ଜଣକ ନଦୀକୁ କାହିଁକି ଡେଇଁଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି  ।