ପୂର୍ବତନ ସାଂସଦଙ୍କ ସ୍ମୃତିସଭା
କେନ୍ଦ୍ରାପଡା : ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ୩୭ତମ ସ୍ମୃତି ଉତ୍ସବ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍ରେ ଅନୁଷ୍ଠିତ ହୋଇଛି । ସଂସଦର ସଭାପତି ପ୍ରଦିପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଭୂୟାଁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ତତ୍କାଳୀନ ରାଜନୈତିକ ପରିସ୍ଥିତି ରେ ଓଡିଶାର ରାଜନୀତି ଓ ଗୟାଚାନ୍ଦ ଭୂୟାଁଙ୍କ ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକ ଅକ୍ଷୟ ପତି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଡ. ମୃତୁ୍ୟଞ୍ଜୟ ରଥ ମୁଖ୍ୟବକ୍ତା, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି, କବି ନିରାକାର ଦାସ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଶୁଶିଲ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଗୋଲକ ଚନ୍ଦ୍ର ପଢିଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁକ୍ତାର ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।