"ଟିକିଏ ହସ’ ପୁରସ୍କୃତ
ଦାନଗଦୀ: ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଟିକିଏ ହସକୁ ମିଳିଛି ସମ୍ନାନ । ସେବା କ୍ଷେତ୍ରରେ ଦାନଗଦୀ ଅଞ୍ଚଳରେ ଉଦାହରଣ ସାଜିଥିବା ଅରବିନ୍ଦ ମହାରଣା ଓ ବିଶ୍ୱଜିତ ମାଝୀ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମୀୟମ ହୋଟେଲରେ ହୋଇଥିବା ଦ୍ୱିତୀୟ ଆନ୍ତର୍ଜାତୀୟ ପେଡ ପିରିୟଡ଼ ଲିଭ ସମ୍ମିଳନୀରେ ଉପସ୍ଥିତ ରହି ଉତ୍ତରୀୟ ସହ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମଟି ରଞ୍ଜୀତା ପ୍ରିୟଦର୍ଶନୀଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ହୋଇଥିବା ବେଳେ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।