ରାସ୍ତା ସଫା କଲେ ସ୍ୱେଚ୍ଛାସେବୀ

 ଆନନ୍ଦପୁର  : ରାମଚନ୍ଦ୍ରପୁର ଜରଦା ଠାରୁ ରେମାଳ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାମ୍ୟଉନ୍ନୟନ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା  ଗଛ ଲତା ଗୁଡ଼ିକୁ ସଫା କରିଛନ୍ତି ସ୍ୱେଚ୍ଛାସେବୀ । ରାସ୍ତାରେ ପ୍ରତିଦିନ ହଜାର ହଜାର ଛୋଟ ବଡ଼ ଗାଡ଼ି ଯାତାୟତ କରୁଥିବା ବେଳେ କେନ୍ଦୁଝର ସୀମାନ୍ତ ଦେଓଗାଁ-ଦୀପପାଳ ନିକଟରେ ରାସ୍ତା ଉପରକୁ ଗଛଲତା ମାଡ଼ି ଯିବା ଫଳରେ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜୁଥିଲା । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷତି ଘଟୁଥିଲା । ଏହାକୁ ଦୃଷ୍ଟିରେ ରଖି ହେଲ୍ପ ଦ ହୁ୍ୟମାନିଟି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଦେଓଗାଁ ସ୍ଥିତ ଦୀପପାଳ ବକାଣିର ଉଭୟ ପାର୍ଶ୍ୱରେ ଥିବା ଗଛ ଲତା ଗୁଡ଼ିକୁ ସଫା କରିଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିରଞ୍ଜନ ନାୟକ, ବାପୁନ୍ ସାହୁ, ସନ୍ତୋଷ ସାହୁ, ସତ୍ୟବ୍ରତ ସାହୁ, ପ୍ରିୟବ୍ରତ ସାହୁ, ପ୍ରଦୀପ ସାହୁ, ସବ୍ରମୋହନ ସାହୁ, ଚନ୍ଦନ ନାୟକ, ବିଶ୍ୱନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।