ବିଦ୍ୟାର୍ଥୀ ବିଦ୍ୟା ନିକେତନ ବାର୍ଷିକୋତ୍ସବ
ସୁକିନ୍ଦା: ବିଦ୍ୟାର୍ଥୀ ବିଦ୍ୟା ନିକେତନ ଢୋଲପଥରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ସମାଜସେବୀ ରମଣୀ ରଞ୍ଜନ ବଳସାମନ୍ତ, ସୁଦର୍ଶନ ପ୍ରଧାନ, ପୂର୍ବ କ୍ଷେତ୍ର ସମ୍ପାଦକ ଓଡିଶା ଶିକ୍ଷା ବିକାଶ ପରିଷଦ ଉପଦେଷ୍ଟା ଦୁର୍ଯ୍ୟଧନ ନାୟକ, ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ, ଅନାମ ଚରଣ ମଲ୍ଲିକ, ଗୀତାଞ୍ଜଳି ପ୍ରଧାନ ଯୋଗ ଦେଇଥିଲେ । ସଭାପତି ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ପ୍ରାଧ୍ୟାପକ ରଞ୍ଜନ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ମାୟାଧର ସ୍ୱାଇଁ, ନନ୍ଦକିଶୋର ବେହେରା, ସାମ୍ବାଦିକ ଜଗବନ୍ଧୁ ମହାଳିକଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଝରଣା ଚକ୍ରଙ୍କୁ ଶିକ୍ଷାସାରଥି ଓ ସୁଶ୍ରୀ ସ୍ୱପ୍ନା ରାଣୀ ସାହୁଙ୍କୁ ଶ୍ରେଷ୍ଠ ଗୁରୁମା ପୁରସ୍କାର ପ୍ରଦାନ କରାଯାଇଥିଲା । ନିର୍ମଲା ସାହୁ ଓ ସୁଶ୍ରୀ ଗାୟତ୍ରୀ ସାହୁ, ପ୍ରଫୁଲ୍ଲ ବାରିକ, ଉପଦେଷ୍ଟା ରବିନାରାୟଣ ସୁତାର ସହଯୋଗ କରିଥିଲେ । ଏତତ୍ ବ୍ୟତୀତ କୃତି ଶିଶୁମାନଙ୍କ ପୁରସ୍କୃତ କରାଯାଇଥିଲା । ଜମ୍ବେଶ୍ୱର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।