ଯୁବକଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର: ଉଲଗ୍ନ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ଘସିପୁରା ଥାନା ଶାଳପଡା-ସରେଇ ରାସ୍ତା ମଧ୍ୟରେ ଥିବା ଜାଭିଆର ସ୍କୁଲ ନିକଟ ରାସ୍ତା କଡରେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଘସିପୁରା ଥାନା ଅଧିକାରୀ ମାନସ ବାରିକଙ୍କ ତତ୍ୱାବଧାନରେ ଏକ ଟିମ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଚଳାଇଛି । ପୁଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବା ବେଳେ ମୃତକ ଜଣେ ଭିନ୍ନକ୍ଷମ ବୋଲି ଅନୁମାନ କରାଯାଉଛି । ସେହିପରି ପାରିପାର୍ଶ୍ୱକ ସ୍ଥିତି ଏବଂ ମୃତକଙ୍କ ଶରୀରକୁ ନିରୀକ୍ଷଣ କରି କେହିଜଣେ ତାକୁ ଗାଡ଼ିରେ ଧକ୍କା ଦେଇ ଥିବା ପୁଲିସ ସନେ୍ଦହ କରୁଥିବା ବେଳେ ଗ୍ରାମବାସୀ କିନ୍ତୁ ତାକୁ କିଏ ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ସନେ୍ଦହ କରୁଛନ୍ତି ।