ଟ୍ରକ ଦୁର୍ଘଟଣାରେ ଜଣେ ମୃତ
ତାଳଚେର : ତାଳଚେର ବ୍ଳକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତ ଲିଙ୍ଗରାକଟା ଗ୍ରାମର ରଘୁନାଏକ ଓ ଗୁଜା ନାଏକ ଆଜି ସକାଳେ ଆନନ୍ଦ ବଜାରରୁ ନନ୍ଦିରା ବ୍ରଜି ଦେଇ ସାଇକେଲରେ ଯାଉଥିବା ସମୟରେ ଏକଟ୍ରକ ସେମାନଙ୍କୁ ଧକ୍କା ଦେବାରୁ ରଘୁ ନାଏକ ଘଟଣା ସ୍ଥଳରେ ମୃତୁ୍ୟବରଣ କରଇଥିଲେ ଓ ଗୁଜା ନାଏକ ଗୁରୁତର ଆହାତ ହୋଇଥିଲେ । ସେଠାରୁ ଗୁରୁତର ଆହାତ ନାଏକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ଏହି ଖବର ପାଇ ବିଧାୟକ ବ୍ରଜକିଶୋର ପ୍ରଧାନ ସେଠାରେ ପହଁଞ୍ଚି ମୃତବ୍ୟକ୍ତିଙ୍କ ଶେଷଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଗୁରୁତର ଆହାତକୁ ଆଶୁ ଅରୋଗ୍ୟ କାମନାବଶୁଣିଲାନି ପ୍ରଶାସନ