ସ୍ଲରି ପାଇପ ବିଛାଇବା ବେଳେ ଫାଟିଲା ପାଣି ପାଇପ୍

ସ୍ଲରି ପାଇପ ବିଛାଇବା ବେଳେ ଫାଟିଲା ପାଣି ପାଇପ୍


 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଜାତୀୟ ରାଜପଥ ୨୦ ପାଶ୍ୱର୍ ଦେଇ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସ୍ଲରି ପାଇପ ବିଛାଉଥିବା ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ ଫାଟିଯିବାରୁ କେନ୍ଦୁଝର ସହରକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ଏ ନେଇ ବିଭାଗ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତରବରିଆ ଭାବରେ ପାଇପ ବିଛା କାମ ଚାଲିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ସ୍ଲରି ପାଇପ ବିଛାଇବା ପାଇଁ ଜଙ୍ଗଲ ନଷ୍ଟ ହେଉଥିବାବେଳେ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ କ୍ଷତିଗ୍ରସ୍ତ ହେବା ଫଳରେ ଜଳ ଯୋଗାଣ ବ୍ୟାଘାତ ହୋଇଛି । କେନ୍ଦୁଝରଗଡ ପୌରପାଳିକାର ୯, ୧୦, ୧୧, ୧୨, ୧୩,  ୧୪, ୧୫୧୬, ୧୭, ୧୮ ନମ୍ବର ୱାର୍ଡର ପ୍ରାୟ ୫୦ହଜାର ଲୋକ ଆଜି ପିଇବା ପାଣି ନ ପାଇ ବହୁ ସମସ୍ୟାରେ ପଡିଛନ୍ତି । ପ୍ରବଳ ଗ୍ରୀଷ୍ମରେ ଲୋକମାନେ ଲୋକମାନେ ତ୍ରାହି ତ୍ରାହି ଡାକୁଥିବାବେଳେ ପାନୀୟ ଜଳ ସମସ୍ୟା ସେମାନଙ୍କୁ ହାହାକାର ମଧ୍ୟକୁ ଠେଲି ଦେଇଛି । ସ୍ଲରି ପାଇପ ବିଛାଇବା ସମୟରେ ଜନସ୍ୱାସ୍ଥ୍ୟ ବିଭାଗର ଅନୁମତି ନେବା ଜରୁରୀ । ତେବେ ଜନସ୍ୱାସ୍ଥ୍ୟ ବିଭାଗ ଅଗୋଚରରେ ସ୍ଲରି ପାଇପ ବିଛା ଯାଉଥିବାରୁ ଉକ୍ତ ଅଂଚଳ ଦେଇ ଯାଇଥିବା ପାଣି ପାଇପ ଲାଇନ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ୱାଟକୋ ସବ୍ ଡିଭିଜନ, କେନ୍ଦୁଝରର ମ୍ୟାନେଜର କାଶିନାଥ ବେଶ୍ରାଙ୍କ ସହ ଯୋଗାଯୋଗ କରିବାରୁ କମ୍ପାନୀକୁ ତାଗିଦ୍ କରାଯାଇଛି । ପିଇବା ପାଣି ପାଇପ ଲାଇନ ମରାମତ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ରବିବାର ଅପରାହ୍ନରେ କେନ୍ଦୁଝର ସହରକୁ ଜଳଯୋଗାଣ ପୂର୍ବଭଳି ସ୍ୱାଭାବିକ ହେବ ବୋଲି କହିଛନ୍ତି । ଏଣୁ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ାନ ଗ୍ରହଣ କରିବା ସହିତ କାମ ବନ୍ଦ କରିବା ପାଇଁ ସହରବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ପୂର୍ବରୁ  ବନ୍ୟପ୍ରାଣୀ ଚଳପ୍ରଚଳ ଅଞ୍ଚଳରେ ସ୍ଲରି ପାଇପ ବିଛାଇବା କାମ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ହେଁ ବନ ବିଭାଗ ନୀରବ ରହୁଛି । କେନ୍ଦୁଝର ସହର ନିକଟ ଏନ୍ଏଚ୍-୨୦ ବାଇପାସ ରାସ୍ତା ପାଶ୍ୱର୍ରେ ପୋଇଜାମଳା ଠାରୁ ଘଟଗାଁ ପର୍ଯ୍ୟନ୍ତ ଜେଏସଡବ୍ଲୁ କମ୍ପାନୀର ସ୍ଲରି ପାଇପ ବିଛାଇବା ପାଇଁ ଖୋଳାଯାଇଥିବା ସ୍ଥାନ ଅସୁରକ୍ଷିତ ହୋଇ ପଡିଥିଲେ ହେଁ ପ୍ରତିକାର କରାଯାଉନାହିଁ । ଉକ୍ତ ସ୍ଥାନରେ ଗାତ ଖୋଳି ପାଇପ ବିଛାଯାଉଥିଲେ ହେଁ ସଠିକ୍ ଭାବରେ ମାଟି ପକାଇ ସମତୂଲ କରାଯାଇନାହିଁ । ଫଳରେ ବନ୍ୟପ୍ରାଣୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ପାଇପ ବିଛାଇବା ସ୍ଥାନ ଠାରୁ ଅଳ୍ପ ଦୂରରେ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀଙ୍କ ଯାତାୟତ ବେଳେ ଉକ୍ତ ଖାଲଖମା ଯୋଗୁଁ ଦୁର୍ଘଟଣା ଆଶଙ୍କା ରହିଛି । କାମ କରୁଥିବା ସଂସ୍ଥା ଖାମଖିଆଲି ଭାବରେ ଏଭଳି ଖନନ କରି ପାଇପ ବିଛାଉଛି । ନରଣପୁର ସଂରକ୍ଷିତ ଜଙ୍ଗଲ ଏବଂ ଅଟେଇ ସଂରକ୍ଷିତ ଜଙ୍ଗଲ ପାଶ୍ୱର୍ରେ ବଡ ବଡ ଟ୍ରେଣ୍ଟ ଖୋଳି ସ୍ଲରି ପାଇପ ଲାଇନ କାମ ଚାଲିଛି । ଦୀର୍ଘ ମାସ ହେବ କାମ ସରୁନଥିବାରୁ ବନ୍ୟପ୍ରାଣୀ କରିଡର ଅସୁରକ୍ଷିତ ହୋଇପଡିଛି । ଅଟେଇ ସଂରକ୍ଷିତ ଜଙ୍ଗଲ ହାତୀମାନଙ୍କ ଚଳପ୍ରଚଳ ଅଂଚଳ ହୋଇଥିବାରୁ ଅସୁରକ୍ଷିତ ସ୍ଲରି ପାଇପ ବିଛା କାମ ସେମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି କରୁଛି । ବନ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ପ୍ରୋସôାହନରେ ଏଭଳି ବେଆଇନ କାମ ହୋଇଆସୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଅପେକ୍ଷା କମ୍ପାନୀର ସ୍ୱାର୍ଥଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ।