ମାର୍ଚ୍ଚ ୮ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ଭଦ୍ରକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ପ୍ରାଧୀକରଣର ସଚିବ ନେହା ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକ ପରିସରରେ ୨୦୨୫ ମସିହାରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୮ ତାରିଖରେ ଅନୁଷ୍ଠିତ ହେବ । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାର ଫଇସଲା କରାଯିବ । ଦରିଦ୍ର, ନିସ୍ପେଷିତ ଓ ଅବହେଳିତ ଲୋକମାନେ ଏହି ଅଦାଲତରେ ଜେପରି ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମାର ଫଇସଲା କରାଯିବ । ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏକ ଦିଗରେ ଆଗେଇ ଆସିବାକୁ ନିବେଦନ କରାଯାଇଛି । ଏହାଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ନେହା ଅଗ୍ରୱାଲ ଆଶା ପୋଷଣ କରିଛନ୍ତି ।