ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
କେନ୍ଦୁଝର : କେନ୍ଦୁଝର ଜିଲା ମୁଖ୍ୟ ଚିକିସôାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରାକୁ ଜିଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜିଲା ମୁଖ୍ୟ ଚିକିସôାଳୟଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ମୁଖ୍ୟ ଚିକିସôାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଡାକ୍ତର ପ୍ରଦୀପ କୁମାର ମିଶ୍ର, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି, ଡାକ୍ତର ପ୍ରଶାନ୍ତ ମିଶ୍ର, ଜିଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ ଓ ଏଏମ୍ଏନ୍ସିଡି ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାମେଡିକାଲ୍ ଷ୍ଟାଫ୍, ମହିଳା ତାଲିମ୍ କେନ୍ଦ୍ରର ଶିକ୍ଷୟିତ୍ରୀ ସମେତ ଛାତ୍ରୀ, ବିଭାଗୀୟ ଅଧିକାରୀ, ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭରତ କୁମାର ସାହୁ ଜିଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ସଞ୍ଚାଳନ କରିଥିଲେ ।
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗହଂଗୁ ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ବିଶ୍ୱ ତମାଖୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମାଜରେ ଯୁବ ସମାଜ ଠାରୁ ଆରମ୍ଭ କରି ଅନେକ ବୃଦ୍ଧ ମାନେ ତମାଖୁ ସେବନ କରନ୍ତି ଯାହା ଆମ ସମାଜ ପାଇଁ କ୍ଷତି କାରକ ହୋଇଥାଏ । ତମାଖୁ ସେବନ ଦ୍ୱାରା ମାରାତ୍ମକ କର୍କଟ ଭଳି ରୋଗରେ ଆକ୍ରାନ୍ତ ହୋଇ ଧନ ଏବଂ ଶେଷରେ ଜୀବନ ମଧ୍ୟ ଚାଲିଯାଇଥାଏ । ଏନେଇ ଆଜି ଗହଂଗୁ ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଡାକ୍ତର ମନୋଜ କୁମାର ସ୍ୱାଇଁ, ଡାକ୍ତର ଶୁଭମ ପାଣିଗ୍ରାହୀ ମହିଳା ମହିଳା ସ୍ୱାସ୍ଥ୍ୟ କର୍ମୀ ଭାରତୀ ପରିଡା, ଆଶା କର୍ମୀ ପ୍ରିୟଙ୍କା କୁମାରୀ ଦାଶ, ଏ. ଲଷ୍ମୀ ପାତ୍ର, ଲତିକା ପରିଡା, ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କୁ ସଚେତନତା କରାଇବା ସହ ତମାଖୁ ବର୍ଜନ କରି ସୁସ୍ଥ ରହିବାକୁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଲୋକ ଯୋଗଦେଇଥିଲେ ।