ଟ୍ରଲି ଓ ଟ୍ରକ୍ ମୁହାଁମୁହିଁ, ୩ ଗୁରୁତର

ନୂଆପଡା: ଖଡିଆଳ ନିକଟସ୍ଥ ୩୫୩ ନଂ ଜାତୀୟ ରାଜପଥ ଚଲାନପଡ଼ା ହାଇସ୍କୁଲ ଛକରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରଲି ଏବଂ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ଟ୍ରାଲି ରାୟପୁର ପଟୁ ଆସୁଥିବା ବେଳେ ବିପରୀତ ଦିଗରୁ ଭାରିଯାନ ଟ୍ରକ୍ ଆସୁଥିବାବେଳେ ହାଇସ୍କୁଲ ଛକ ଠାରେ ଦୁଇ ଯାନର ଧକ୍କା ହୋଇଥିଲା । ଶକ୍ତ ଧକ୍କା ଯୋଗୁଁ ଦୁଇ ଯାନ ୩୦ ଫୁଟ ଲେଖାଏଁ ପଛକୁ ଘୁଞ୍ଚି ଯାଇଥିଲେ । ଟ୍ରକ ପଛକୁ ଘୁଞ୍ଚି ଏକ କୁକୁଡ଼ା ଦୋକାନକୁ ମାଡ଼ି ଯାଇଛି । ଏଥିରେ ଗୋଟିଏ ବାଇକ୍ ମଧ୍ୟ ନଷ୍ଟ ହୋଇଯାଇଛି । ଖଡ଼ିଆଳ ପୋଲିସ ଖବର ପାଇ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।