ଜଳ ପ୍ରକଳ୍ପ ଅଗ୍ରଗତି ନେଇ କେନ୍ଦ୍ରୀୟ ଦଳର ସମୀକ୍ଷା

ପାଣିକୋଇଲି : ଗୁରୁବାର ମେଗା ଇଂଜିନିୟରିଂ ଓ ଇମ୍ଫାଷ୍ଟ୍ରକଚର ଲିମଟେଡ ଦ୍ୱାରା ପାଣିକୋଇଲି ମହୋସôବ ପଡିଆ ଠାରେ ନିର୍ମାଣାଧିନ ପାଣିଟାଙ୍କିର ସମୀକ୍ଷା କେନ୍ଦ୍ରୀୟ ଦଳ ପକ୍ଷରୁ ହୋଇଛି । କ୍ଷେତ୍ର ଅନୁଧ୍ୟାପ ପରେ ପାଣିକୋଇଲି ପଞ୍ଚାୟତ କର୍ଯ୍ୟାଳୟରେ ଉପସ୍ଥିତ ଲୋକମାନଙ୍କୁ ପାଣିକୁ ନେଇ କଣ ସମସ୍ୟା ରହିଛି, କାର୍ଯ୍ୟର ଅଗ୍ରଗତି, ଆଉ କଣ ଅଧିକ କରି ହେବ ସେ ନେଇ ମତ ବିନିମୟ କରିଥିଲେ । କେନ୍ଦ୍ରୀୟ ଦଳ ସହ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ, କୋରେଇ ବିଡିଓ ଅବନୀକାନ୍ତ ସାହୁ, ଆରଡବ୍ଲୃୁଏସଏସର ରଶ୍ମୀରଂଜନ ମାରଥା, ଏଇ ଖଗେନ୍ଦ୍ର ପ୍ରସାଦ ବେହେରା, ଜେଇ ସୁଧାକର ପଣ୍ଡାଙ୍କ ସମତେ ମେଗାର ସରୋଜ ରାଉତ ସମତେ ସମସ୍ତ ଅଧିକାରୀ, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ନାଏବ ସରପଞ୍ଚ ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକଳ୍ପ ଅବଧି ଶେଷ ହୋଇଯାଇଥିଲେ ବି ମନ୍ଥର ଗତିରେ ଚାଲିଥିବାର ଅଭିଯୋଗ ପରେ ପ୍ରକଳ୍ପ କାହିଁକି ଆଗେଇ ପାରୁନି ସେ ନେଇ ସମୀକ୍ଷା କରାଯାଇଥିଲା ।