ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଉଦ୍ଘାଟିତ

 ନୂଆପଡା: ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପ୍ରଥମ ସ୍ୱୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦଘାଟିତ ହୋଇଯାଇଛି । ଏହି ବିଧାୟକ ନୂଆପଡା ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ଅଧ୍ୟକ୍ଷ ମହମ୍ମଦ ଆଦମ ଖାନ୍, ଜିଲ୍ଳା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଟ୍ରେଡ଼ ୟୁନିଅନ୍ ପ୍ରେସିଡେଣ୍ଟ ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ଅତିଥିଗଣ ନୂଆପଡ଼ା ଜିଲ୍ଲାର ବରପୁତ୍ର ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସେମାନଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାପରେ ଫିତାକାଟି ଏହି ସ୍ୱୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟକୁ ଉଦ୍ଘାଟନ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ଦ୍ୱାରା ଏହି ସ୍ୱୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ସ୍ଥାପିତ ହୋଇଛି । ଏହା କାର୍ଯ୍ୟକ୍ଷମ ହେବା ଦ୍ୱାରା ଏକତା ଛକରେ ସୁବିଧାରେ ଯାନ ବାହନ ଚଳାଚଳ ହେବା ସହିତ ପଥାଚାରୀଙ୍କ ଧନ ଜୀବନ ସୁରକ୍ଷିତ ରହିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ସମସ୍ତ କାଉନ୍ସିଲର, ସହରର ଗନ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ।