ସରକାରୀ ଶାଖା ମୁଦ୍ରଣାଳୟ ବନ୍ଦ ଗୁଜବ 

 ଦେବଗଡ଼ : ଦେବଗଡର ଐତିହ୍ୟ ସମ୍ପନ୍ନ ସରକାରୀ ଶାଖା ମୁଦ୍ରଣାଳୟ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଚକ୍ରାନ୍ତ କରାଯାଉଥିବା ନେଇ ଆଶଙ୍କା ଦେଖା ଦେଇଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  । ତେବେ ସରକାରୀ ଶାଖା ମୁଦ୍ରଣାଳୟକୁ ବନ୍ଦ କରାନଯାଉ ବୋଲି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସାକ୍ଷାତ କରି ଗତ ଫେବୃଆରୀ ମାସରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହା ସହିତ ସରକାରୀ ଶାଖା ମୁଦ୍ରଣାଳୟକୁ ବନ୍ଦ ନକରିବା ସହ ଅଧିକ କର୍ମଚାରୀ ଏବଂ ଅତ୍ୟାଧୁନିକ ଛାପା ମେସିନ ଯୋଗାଇ ଦେବା ପାଇଁ ବିଧାୟକ ଦାବି କରିଥିଲେ । 
ତେବେ ବିଭାଗ ପକ୍ଷରୁ ଏହାର ସ୍ପଷ୍ଟିକରଣ ରଖିବା ସହିତ ବିଧାୟକଙ୍କୁ ଚିଠି ଯୋଗେ ଜଣାଇଥିବା ନେଇ ବିଧାୟକ ବ୍ରେସ ବିବୃତୀରେ ସୂଚନା ଦେଇଛନ୍ତି । ଏହି ସରକାରୀ ଛାପଖାନା ବନ୍ଦ କରିବା ନେଇ କୌଣସି ନିଷ୍ପତ୍ତି ନଥିବା ଓଡିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଅତିରିକ୍ତ ଶାସନ ସଚିବ ଦେବଗଡ଼ ବିଧାୟକଙ୍କୁ ଦେଇଥିବା ପତ୍ରରୁ ଜଣାପଡିଛି । ଫଳରେ ଦୀର୍ଘ ଦିନ ହେବ ଦେଖା ଦେଇଥିବା ଆଶଙ୍କା ଦୁରୀଭୂତ ହୋଇଛି । ଦେବଗଡ଼ ଶାଖା ମୁଦ୍ରଣାଳୟରେ ଦୁଇ ଜଣ କର୍ମଚାରୀଙ୍କୁ ନେଇ ଫାଇଲ ବୋର୍ଡ ଓ ଲଫାପା ତିଆରି ହେଉଥିବା ବେଳେ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ଛାପାଖାନାର ଉନ୍ନତି କରଣ ପାଇଁ ନିଷ୍ପତ୍ତି ନିଆ ଯାଇପାରେ ବୋଲି ଉଲ୍ଲେଖ ଅଛି । ସେହିପରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟରେ ହେବାକୁ ଥିବା ସଂଗ୍ରହାଳୟକୁ ମୁଦ୍ରଣ ଲିଖନ ସାମଗ୍ରୀ ଏବଂ ପ୍ରକାଶନ ର୍ନିେଶାଲୟର ନିଦେ୍ର୍ଦଶକଙ୍କ ନିକଟରେ ଉପଲବ୍ଧ ଥିବା ଚାରି ଗୋଟି ଛାପା ମେସିନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବା ନେଇ ଏହି ଚିଠିରେ ଉଲ୍ଲେଖ ରହିଥିବା ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।