ଆଦାନୀ ଗ୍ରୁପ ପକ୍ଷରୁ ପ୍ରସାଦ ବିତରଣ
ପୁରୀ : ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରସାଦ ସେବା କେବଳ ସେବା ନୁହେଁ, ବରଂ ମହାପ୍ରଭୁଙ୍କୁ ସମର୍ପିତ ଏକ ଭକ୍ତିପୂତ ମହାର୍ଘ୍ୟ । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ପରିବେଶ ସନ୍ତୁଳନକୁ ବଜାୟ ରଖି ନୀରବ ବିପ୍ଳବ ଭାବେ ଏହି ସହଭାଗିତା ୪ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରିବେଷଣ କରିବାରେ ସକ୍ଷମ ହୋଇପାରିଛି । ଜୁନ ମାସ ୨୭ ତାରିଖରୁ ପୁରୀ ବଡଦାଣ୍ଡରେ ଆରମ୍ଭ ହୋଇଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଉକ୍ରଳୀୟ ପରମ୍ପରାରେ ଦେଖିବାକୁ ମିଳିଲା ଏକ ନୀରବ ବିପ୍ଳବ । ସେବା, କରୁଣା, ପରିବେଶ ସଚେତନତା ଏବଂ ଗୋଷ୍ଠୀ ସମୁଦାୟ ଆଧାରରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ସେବା ହିଁ ସାଧନା’ ଦ୍ୱାରା ଏହି ବିପ୍ଳବ ସମ୍ଭବ ହୋଇପାରିଛି । ଆଦାନୀ ଗ୍ରୁପ ଏବଂ ଇସ୍କନ ମଧ୍ୟରେ ସହଭାଗିତାରେ ଏହି ପ୍ରୟାସ ୯ ଦିନ ଧରି ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ୪ ନିୟୁତରୁ ଅଧିକ ସାତ୍ତ୍ୱିକ ଭୋଜନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଗରମକୁ ପ୍ରତିହତ କରିବା ପାଇଁ ଫଳରସ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ବଣ୍ଟନ କରାଯାଇଥିଲା । ପୁଷ୍ଟିକର ଖାଦ୍ୟ ବ୍ୟତୀତ ଏହି ପ୍ରୟାସ ସାମୁହିକ ଯନôର ଭାବନାକୁ ପ୍ରକାଶ କରୁଛି । ଏହି ସେବାର ଅନ୍ୟ ଏକ ଦିଗ ହେଉଛି ପରିବେଶ ସଚେତନତା ଭିତ୍ତିକ ପ୍ରୟାସ । ଭାରତୀୟ ପରମ୍ପରାକୁ ବଜାୟ ରଖି ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ, ଆଦାନୀ ଗ୍ରୁପ ଏକକ-ବ୍ୟବହାର ପ୍ଲାଷ୍ଟିକ ଏବଂ ଥର୍ମୋକୁଲକୂ ଦୂର କରିଦେଇଛି । ଖାଦ୍ୟ ପରିବେଷଣ କରାଯାଉଥିବା ପ୍ଲାଷ୍ଟିକ ଓ ଥର୍ମୋକୁଲ ପ୍ଲେଟ୍କୁ ଜୈବ ବିଘଟନଶୀଳ ସାମଗ୍ରୀରେ ପରିବର୍ତ୍ତନ କରି ଆବର୍ଜନାମୟ ପରିବେଶକୁ ହ୍ରାସ କରିଛି ।