ଠକାମିର ଶିକାର କେଇସି ଶ୍ରମଜୀବୀ; ଧାରଣାରେ ବସିଲେ
ବ୍ୟାସନଗର: ଠକାମିର ଶୀକାର ହୋଇଛନ୍ତି କେଇସି ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ଶ୍ରମଜୀବୀ । କେଇସି ଠିକାସଂସ୍ଥା ଶ୍ରମ ଆଇନ ମତେ ସର୍ବନିମ୍ନ ମଜୁରୀ ପ୍ରଦାନ କରୁନଥିବା, ପ୍ରତି ମାସରେ ନିୟମିତ ଦରମା ଦେଉ ନଥିବା, ଭବିଷ୍ୟନିଧି ପାଣ୍ଠି ଅର୍ଥକୁ ହରିଲୁଟ କରୁଥିବା ଭଳି ଅଭିଯୋଗ ଆଣି ଶ୍ରମଜୀବୀ ଆଜି ରାଛିପୁର ନିକଟରେ ଥିବା ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ଫାଟକ ଆଗରେ ବସିଥିଲେ ଧାରଣା ଏବଂ କରିଥିଲେ ବିକ୍ଷୋଭ ପ୍ରଦର୍ଶନ । ଶ୍ରମଜୀବୀ ଅଭିଯୋଗ ଆଣିଛନ୍ତି କି ଇଏସଆଇ ସୁବିଧା ଓ ବୋନସ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉନାହିଁ । ନିୟମିତ ଦରମା ଦେବା ବଦଳରେ କମ୍ପାନୀ ଉପରେ ସବୁବେଳେ ଦୁଇ ତିନି ମାସର ଦରମା ଗଡ଼ାଇ ଚାଲୁଛି । ପ୍ରକଳ୍ପ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଉ ନଥିବା ଏବଂ ଅବଧି ଶେଷ ହେବାର ଦୁଇ ବର୍ଷ ପରେ ମଧ୍ୟ କାମ ଅଧା ହୋଇ ନଥିବା ଶମଜୀବୀ ସୂଚନା ଦେଇଛନ୍ତି । ଅଭିଯୋଗ ସମ୍ପର୍କରେ ଆନେ୍ଦାଳନରତ ଶ୍ରମିକ ସୁରେନ୍ଦ୍ର ବାରିକ, ସୁଦର୍ଶନ ମଲିକ, ଜିତେନ୍ଦ୍ର ଦଳାଇ, ମାନସ ମଲିକ, ବିଶ୍ୱଜିତ ଦଳାଇ, ରମେଶ ମଲିକ, ଦୀପକ କୁମାର ମଲିକ, ସହଦେବ ଦଳାଇ, ଅଜୟ ମଲିକ, ଟୁକୁନା ଦଳାଇ, ରବିନ୍ଦ୍ର ଦଳାଇ ଓ ପ୍ରତାପ ଦଳାଇ ପ୍ରମୁଖ ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା କହିଛନ୍ତି ।