ସର୍ଟସର୍କିଟରୁ ଜଳିଗଲା ଧାନଗଦା
କବାଟବନ୍ଧ: ସଟ ସର୍କିଟିରୁ ଜଳିଗଲା ଧାନଗଦା । ଧର୍ମଶାଳା ବ୍ଲକ ତାଳଜଙ୍ଗ ପଂଚାୟତ ରାମପୁର କଇଥା ଗାଁ ମଝିରେ ଥିବା ସନାତନ ରାଉତ, ପ୍ରସନ ରାଉତ, ବିପିନ ବିହାରୀ ରାଉତଙ୍କ ଧାନ ଗଦା ସହିତ ପାଳଗଦାରେ ନିଆଁ ଲାଗିଯାଇଛି । ରବିବାର ଅପରାହ୍ନ ୫ଘଟିକା ସମୟରେ ଧାନ ଗଦାରେ ନିଆଁ ଜଳୁଥିବାର ପରିବାର ଲୋକ ଦେଖିଥିଲେ । ଦୁଇ ଗୋଟି ଧାନ ଗଦା ସହିତ ପାଳନ ଗଦାରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଯାଇଛି । ପାଖାପାଖି ଏକାଧିକ ଛଣ ଛପର ଘର ସହିତ ଧାନ ଗଦା ଥିବାରୁ ଖରା ସହିତ ପବନ ରହୁଥିବାରୁ ଗ୍ରାମବାସୀ ଭୟଭିତ ରହିଥିଲେ । ଖବର ପାଇ ଚଡେଇଧରା ଅଗ୍ନିଶ୍ରମବାହିନୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା । ସମସ୍ତ ଚାଷୀ ପରିବାର ହୋଇଥିବାରୁ ତାଙ୍କ ପରିବାରକୁ କ୍ଷୟ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ପରିବାର ପକ୍ଷରୁ ଦାବୀ କରାଯାଇଛି ।