ଠକେଇ ଅଭିଯୋଗ, ଦୁଇ ଜାହାଜ ଅଟକ

 ପାରାଦୀପ: ସାମୁଦ୍ରିକ ଚୁକ୍ତି ଖିଲାପ କରିଥିବା ଅଭିଯୋଗକ୍ରମେ ଉଚ୍ଚତମ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ପରେ  ପାରାଦୀପ ମେରାଇନ ଥାନା ପୋଲିସ ଶୁକ୍ରବାର ଆଜି ବନ୍ଦର ନିଷିଦ୍ଧାଞ୍ଚଳ ଭିତରୁ ଦୁଇଟି ଜାହାଜକୁ ଗିରଫ କରିବା ସହ ଅଟକ ରଖିଛି । ପାରାଦୀପ ବନ୍ଦରରେ ବର୍ଥିଂ କରିଥିବା ଓସିଏନ୍ ୍ ଜାଡେ ଓ ଓସିଏନ୍ ମୋର୍ଗାନାଇଟ୍ ନାମକ  ଦୁଇଟି ଜାହାଜ  "ଆଲଫାର୍ଡ  ମେରି ଟାଇମ  ଲିମିଟେଡ' ନାମକ ଏକ କମ୍ପାନୀର ଅନୁ୍ୟନ ୪୨୮ କୋଟି ଟଙ୍କା ବକେୟା  ପଇଠ ନ କରୁଥିବାରୁ   ଉକ୍ତ ଜାହାଜ ଦୁଇଟି ତୁରନ୍ତ ଗିରଫ କରା ନ ଗଲେ  କମ୍ପାନୀ ପ୍ରଭୂତ କ୍ଷତିର ସମ୍ମୁଖୀନ  ହେବ ବୋଲି ଦର୍ଶାଇ  ମାନ୍ୟବର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ  ।  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିଦେ୍ର୍ଦଶକ୍ରମେ  ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଭିତର ଏନ୍/କିୟୁ-୨ ଓ ଏଫ୍/ବି-୨ବର୍ଥ (ପୋତାଶ୍ରୟ)ରେ  ବର୍ଥିଂ  କରିଥିବା ଉକ୍ତ ଜାହାଜ ଦୁଇଟିକୁ ପାରାଦୀପ ମେରାଇନ ଥାନା ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ବନ୍ଦରର ଅଧିକାରୀ ମାନଙ୍କ  ଉପସ୍ଥିତିରେ କୁଜଙ୍ଗ ସବଜର୍ଜ୍ ଶୁକ୍ରବାର ପୂର୍ବାହ୍ନରେ  ଗିରଫ  ପରୱାନା ଜାରି କରିବା ସହିତ  ପରବର୍ତୀ ନିଦେ୍ର୍ଦଶ ନ ମିଳିବା ପର୍ଯ୍ୟନ୍ତ  ଉକ୍ତ ଜାହାଜ ଦୁଇଟି ପାରାଦୀପ ବନ୍ଦରରେ   ଅଟକ ରଖିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି  ।    ତେବେ ଗିରଫ ହୋଇଥିବା ଜାହାଜ ଦୁଇଟି  ସପୋର୍ଟିଂ ଜାହାଜ ଭାବେ ପାରାଦୀପ ବନ୍ଦର ବାହାର ଆଙ୍କରେଜ ଏରିଆରେ ଅଟକି ରହୁଥିବା ବୃହତକାୟ ଜାହାଜ ଗୁଡିକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ନିୟୋଜିତ  ହୋଇ  ଆ