ମୂଲ୍ୟାୟନ କେନ୍ଦ୍ରରୁ ଶିକ୍ଷକ ବହିଷ୍କୃତ
ପଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଅଞ୍ଚଳର କଷଣ ଅଣ୍ଟା ପଞ୍ଚାୟତ ହାଇସ୍କୁଲ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ଚଳିତ ବର୍ଷ, ୧୯ ମାର୍ଚ୍ଚ ୨୦୨୫ ବୁଧବାର ଠାରୁ ଆରମ୍ଭ ହୋଇଅଛି । ମୋଟ ୨୪୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି । ଜଗନ୍ନାଥ ବିଦ୍ୟାପୀଠ, ବାଲିଝରିର ହିନ୍ଦୀ ଶିକ୍ଷକ ଶ୍ରୀ ବଙ୍କିମ ବିହାରୀ ମହାନ୍ତି ଖାତା ଦେଖାରେ ଅନିୟମିତତା, ବୋର୍ଡÿର ନିୟମକୁ ନ ମାନିବା, କ୍ୟାମ୍ପ୍ ଅଫିସରଙ୍କ ସହିତ ଯୁକ୍ତିତର୍କ କରିବା ଓ ଅନ୍ୟ ଶିକ୍ଷକମାନଙ୍କୁ ଖାତା ଦେଖା ପଦ୍ଧତି ବିଷୟରେ ଭୁଲ୍ ତଥ୍ୟ ପ୍ରଦାନ କରିବା ଭଳି ବିଶୃଙ୍ଖଳିତ ଆଚରଣ ପାଇଁ ବୋର୍ଡ଼ ସମ୍ପାଦକଙ୍କ ଚିଠି ନଂ - ୪୫୯ ବଳରେ ପରୀକ୍ଷାକେନ୍ଦ୍ରରୁ ବହିଷ୍କୃତ ହୋଇଛନ୍ତି ।