ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆବିର୍ଭାବ ଉତ୍ସବ
ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ସତସଙ୍ଗ ଉପଯୋଜନା କେନ୍ଦ୍ର ଆନୁକୂଲ୍ୟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଆବିର୍ଭାବ ଉତ୍ସବ ପାଳିତ ହୋଇଯାଇଛି । ସରପ୍ରତିରିତ୍ୱିକ ରବିନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମଣିଷର ଦୈନିକ ଜୀବନଧାରାରେ ଠାକୁର ବାଣୀର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ସହପ୍ରତିରିତ୍ୱିକ ମହେଶ୍ୱର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଷ୍ଣୁମୋହନ ଉପାଧ୍ୟାୟ, ନରେନ୍ଦ୍ର ପଣ୍ଡା, ପ୍ରତାପ ଚନ୍ଦ୍ର ବେହେରା, ରଘୁନାଥ ଘଡେଇ, ଦୁର୍ଯୋଧନ ନାୟକ ତଥା ସମସ୍ତ ଗୁରୁଭାଇ ଓ ମାତୃମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଉପସ୍ଥିତଥିଲେ ।