ଡ. ଆରପି ସିଂହ ସମ୍ମାନିତ
ଜଟଣୀ: ଆଇଆଇଟି ଭୁବନେଶ୍ୱରର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରଡୁ୍ୟସର୍ସ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠିତ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି । ଏହି ପୁରସ୍କାର ଭାରତୀୟ ପାୱାର କ୍ଷେତ୍ରରେ ତାଙ୍କର ଅନୁକରଣୀୟ ସେବା ଏବଂ ଅବଦାନକୁ ସ୍ୱୀକୃତି ଦେଇଛି ଯାହା ଏହି କ୍ଷେତ୍ରରେ ଏକ ଅମିଟ ଛାପ ଛାଡିଛି ଏବଂ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ଏବଂ ପରିବର୍ତ୍ତନଶୀଳ ନେତୃତ୍ୱକୁ ସ୍ୱୀକୃତି ଦେଇଛି ।ଶ୍ରୀ ସିଂହ ଜଣେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଟେକ୍ନୋକ୍ରାଟ୍, ପ୍ରଶାସକ ଏବଂ ଲେଖକ, ଯିଏ ଭାରତୀୟ ଶକ୍ତି କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା । ସେ ୧୯୯୬ ରୁ ୨୦୦୮ ପର୍ଯ୍ୟନ୍ତ ପାୱାରଗ୍ରୀଡର ସବୁଠାରୁ ଦୀର୍ଘ ସମୟ ଧରି ଅଧ୍ୟକ୍ଷ ଏବଂ ପରିଚାଳନା ନିଦେ୍ର୍ଦଶକ ଭାବରେ କାର୍ଯ୍ୟ କରିଥିଲେ, ଏହାକୁ ଏକ ଲାଭଜନକ ମହାରନô କେନ୍ଦ୍ରୀୟ ଲୋକଉଦ୍ୟୋଗରେ ପରିଣତ କରିଥିଲେ । ସେ ଏଲ୍ ଆଣ୍ଡ୍ ଟି ଏବଂ ବଜାଯ ଇଲେକ୍ଟ୍ରିକଲସ ପରି ଅନେକ ଘରୋଇ ନିଗମ ଏବଂ ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଖଡଗପୁର ସମେତ ଶିକ୍ଷାନୁଷ୍ଠାନର ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି । ଗ୍ରୀଡ୍ ପରିଚାଳନାରେ ତାଙ୍କର ବିଶେଷଜ୍ଞତା ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତପ୍ରାପ୍ତ