ବାପ୍ସଶରେ ସାଂସ୍କୃତିକ ମହୋସବ
ନାଉଗାଁ: ନାଉଗାଁ ବ୍ଳକ ଅନ୍ତର୍ଗତ ବାପ୍ସଶ ଗ୍ରାମ ମଠବଣ ସାଧୁ ଗୋସ୍ୱାମୀ ପୀଠରେ ଗତ ୯ ଓ ୧୦ ଦୁଇ ଦିନ ବ୍ୟାପୀ ହରିହାଟ, ସାଧୁ ଗୋସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା, ନୂତନ ମନ୍ଦିର ନିର୍ମାଣ, ସମ୍ବର୍ଦ୍ଧନା ସଭା କଳା ଓ କଳାକାର ସମ୍ମାନ ୨୦୨୫ ପ୍ରଦାନ ଓ 'ଆଖି ଅବୁଝାକୁ ଲୁହ ଅବୁଝା ' ଓ 'ରଙ୍ଗ ବଜାରରେ ରଙ୍ଗ ଜୋକର ' ନାମରେ ଦୁଇଟି ନାଟକ ମଞ୍ଚସ୍ଥ ଆଦି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।୯ ତାରିଖ ମାଘ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ,ଶ୍ରୀ ଭାଗବତ ଓ ଶ୍ରୀବାସୁଦେବ ମହାପ୍ରଭୁ ବିମାନ ଚଢ଼ି ଘର ଘର ବୁଲି ଅପରାହ୍ନରେ ମିଳିତ ହୋଇଥିଲେ । ନାମ ସଂକୀର୍ତ୍ତନ ପରେ ସନ୍ଧ୍ୟାରେ ସାଧୁ ଗୋସ୍ୱାମୀ ପୀଠ ଉନ୍ନୟନ କମିଟି ସଭାପତି ତଥା ଶ୍ରୀ ବାସୁଦେବଜୀଉ ଡ୍ରାମାଟିକ କ୍ଳବ୍ ର ଉପଦେଷ୍ଟା ସୁବାସ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୁବ ସମାଜସେବୀ ଦିପକ କୁମାର ବିଶ୍ୱାଳ, ବାଳକାଟି ମହାବିଦ୍ୟାଳୟ ଅଧକ୍ଷ ଡଃ କାଳନ୍ଦୀ ଚରଣ ସାହୁ, ନାଟ୍ୟ ନିଦେ୍ର୍ଦଶକ ଅମର କୁମାର ସାହୁ, , ଆନ୍ତର୍ଜାତିକ ସ୍ତରରେ ପରିଚିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାନ୍ତିପ୍ରିୟା ସ୍ୱାଇଁଙ୍କୁ ଉତ୍ତରୀୟ, ମାନପତ୍ର ସହ ଞ୍ଚକଳା ଓ କଳାକାର ସମ୍ମାନ ୨୦୨୫ଞ୍ଚ ସମ୍ମାନିତ କରାଯାଇଥିଲା । ଉନ୍ନୟନ କମିଟି ସମ୍ପାଦକ ସଚିଦାନନ୍ଦ ପରିଡ଼ା, କୋଷାଧ୍ୟକ୍ଷ ଆଦର୍ଶ ଦାସ, ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ସୋମନାଥ ପର୍ୱତ, ଉଲ୍ଲାସ ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, ପ୍ରମୁଖ ପରିଚାଳନା କରିଥିଲେ । ସର୍ୱଶ୍ରୀ ଆଲୋକ ଦାସ, ଅନନ୍ତ ସ୍ୱାଇଁ, ଉମେଶ ସ୍ୱାଇଁ, ଗଣେଶ ମହାରଣା, ମହିମା ସ୍ୱାଇଁ, ଉଲ୍ଲାସ ବିଶ୍ୱାଳ, ସାଗର ସ୍ୱାଇଁ, ମିହିର ମହାରଣା, ବସନ୍ତ ସ୍ୱାଇଁ, ଚିତ୍ର ସେନ ମଲ୍ଲିକ, ପ୍ରତାପ ସ୍ୱାଇଁ, କାର୍ତ୍ତିକ ନାୟକ,ଅମିର ସ୍ୱାଇଁ, ପ୍ରଦୀପ କୁମାର ସେଠୀଙ୍କ ଉଚ୍ଚ କୋଟୀର ଅଭିନୟ ଦର୍ଶକଙ୍କୁ ସମ୍ମାହିତ କରିଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
